Below header

ଯବାନଙ୍କୁ ମହଙ୍ଗା ପଡିଲା ଟିକଟକ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁ ଲୋକେ

ଟାଙ୍ଗି (କେନ୍ୟୁଜ): ଯବାନଙ୍କୁ ମହଙ୍ଗା ପଡିଲା ମୋବାଇଲରେ ଟିକ ଟକ୍ କରିଵା । ଟିକ୍ ଟକ୍ କରୁଥିବା ବେଳେ ଗାଁ ଲୋକେ ଯବାନଙ୍କୁ ଧରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପିଟିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋରଧା ଜିଲା ଟାଙ୍ଗୀ ନିକସ୍ଥ ୧୬ ନଂ ଜାତୀୟ ରାଜପଥର ନୂଆ ଗାଁ ନିକଟରେ । ସୂଚନା ଅନୁଯାୟୀ ଟାଙ୍ଗୀ ମଶାଣୀ ସାହିର ଯୁବକ ସୁରଜ କୁମାର ଜେନା CRPFରେ ଯବାନ୍ ଭାବେ କାର୍ଯ୍ୟରତ ଅଛନ୍ତି । ମାତ୍ର କିଛି ଦିନ ତଳେ ସେ ଗାଁକୁ ଛୁଟି କଟାଇବାକୁ ଆସିଥିଲେ । ତେବେ ଆଜି ନିଜର ଜଣେ ଯବାନ ସାଥୀଙ୍କ ସହ ଟାଙ୍ଗୀର ଵିଭିନ୍ନ ସ୍ଥାନ ବୁଲୁଥିବା ଵେଳେ ୧୬ନଂ ଜାତୀୟ ରାଜପଥ କଡରେ ଥିବା ନୂଆଗାଁ ନିକଟରେ ଏକ ସ୍ଥାନରେ ମୋବାଇଲରେ ଟିକଟକ୍ କରୁଥିଲେ ।

ଏହି ସମୟରେ ନୂଆଗାଁର କିଛି ଯୁଵକ ପହଂଚିଯିବାରୁ ତାଙ୍କ ସହ ଯବାନ ସୁରଜଙ୍କର କଥା କଟା କଟିରୁ ହାତାହାତି ମଧ୍ୟ ହୋଇଯାଇଥିଲା । ତେବେ ଏହି ଘଟଣାକୁ ଗାଁ ଲୋକେ ଉତ୍ୟକ୍ତ ହୋଇ ସୁରଜକୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇ ଦେଇଥିଲେ । ଖବର ପାଇ ଟାଙ୍ଗୀ ପୋଲିସ୍ ଯବାନ ସୂରଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଚିକିତ୍ସା କରୁଛି । ସେହିଭଳି ଯବାନଙ୍କ ପାଲଟା ଆକ୍ରମଣରେ ଗାଁର ଜଣେ ଯୁବକର ହାତ ଭାଙ୍ଗି ଯାଇଛି । ଏହି ଘଟଣାର ପୋଲିସ୍ ଅନୁସନ୍ଧାନ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ଯବାନ ସୂରଜଙ୍କର ଜଣେ ସାଥୀ ଫେରାର ହୋଇ ଯାଇଥିବା ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.