ଆତ୍ମହତ୍ୟାର ୩ ଦିନ ପୂର୍ବରୁ ସବୁ ଷ୍ଟାଫଙ୍କୁ ଦରମା ଦେଇଦେଇଥିଲେ ସୁଶାନ୍ତ ସିଂହ ରାଜପୁତ, ଆଉ କହିଥିଲେ. . .

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଶୁଣିବା ପରେ ଲୋକଙ୍କୁ ଯେମିତି ଝଟକା ଲାଗିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ସୁଶାନ୍ତ ଏପରି ଏକ ଚରମ ନିଷ୍ପତ୍ତି ନେଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ତେବେ ମୁମ୍ବାଇ ପୋଲିସ ଯାଞ୍ଚରେ ଏହା ସାମ୍ନାକୁ ଆସିଛି ଯେ ସୁଶାନ୍ତ ଏହି ପଦକ୍ଷେପ ଉଠାଇବାର ୩ ଦିନ ପୂର୍ବରୁ ନିଜ କରୁଥିବା ସବୁ କର୍ମଚାରୀଙ୍କୁ ଦରମା ଏବଂ ସବୁ ପେମେଣ୍ଟ କ୍ଲିୟର କରିଦେଇଥିଲେ।

sushantaaପୋଲିସ ସୁଶାନ୍ତଙ୍କ ଷ୍ଟାଫ, ସାଙ୍ଗ ସାଥି ଏବଂ ତାଙ୍କ ସହିତ କାମ କରୁଥିବା ଲୋକଙ୍କୁ ପଚରାଉଚୁରା କରୁଛି। ରିପୋର୍ଟ ଅନୁଯାୟୀ ସୁଶାନ୍ତ ମରିବାର ୩ ଦିନ ପୂର୍ବରୁ ସବୁ ଲୋକଙ୍କୁ ସାଲାରୀ ଦେଇଦେଇଥିଲେ ଏବଂ କହିଥିଲେ ତାଙ୍କ ପାଇଁ ଆଗକୁ ସାଲାରୀ ଦେବା ସମ୍ଭବପର ହେବନାହିଁ।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସୁଶାନ୍ତଙ୍କ ଜଣେ ମ୍ୟାନେଜର ପୋଲିସଙ୍କୁ ଜଣାଇଥିଲେ ଯେ ସେ ଏକ୍ସ-ମ୍ୟାନେଜର ଦିଶାଙ୍କ ସହିତ େଓ୍ଵବ ସିରିଜରେ ରୋଲ କରିବା ପାଇଁ ଟଚରେ ଥିଲେ। କିନ୍ତୁ ଏଥିରେ କିଛି ଖାସ୍‌ କଥା ଜଣାପଡିନାହିଁ। ରିପୋର୍ଟ ଅନୁଯାୟୀ ସୁଶାନ୍ତ ଏବଂ ଦିଶା ହ୍ଵାଟସଅପରେ ମାର୍ଚ୍ଚରେ ହିଁ କଣ୍ଟ୍ରାକ୍ଟ କରିଥିଲେ।

sushantସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଛିଛୋରେ’ ଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଲିଡ୍‌ ରୋଲରେ ଅଭିନୟ କରିଥିଲେ। ଫିଲ୍ମ ‘କାଏ ପୋ ଛେ’ରୁ ହିଁ ସେ ବଲିଉରେ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.