ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ,ମୋଡିଫିକେସନ ପିଟିସନ ଫାଇଲ କଲେ ଅଫତାବ ହୁସେନ

କେନ୍ୟୁଜ୍ (ବ୍ୟୁରୋ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ। ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ଆଜି ମୋଡିଫିକେସନ ପିଟିସନ ଦାୟର କରାଯାଇଛି। ଏହାର ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ଏହି ପିଟିସନ ଦାୟର କରିଛନ୍ତି। ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ଏଥିରେ ଉଲ୍ଲେଖ ରହିଛି । କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ମଧ୍ୟ ଏଥିରେ ଆବେଦନ କରାଯାଇଛି।  ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ଏଥିରେ ଆବେଦନ କରିଛନ୍ତି ଅଫତାବ ହୁସେନ ।

ଚଳିତ ବର୍ଷ ପୁରୀ ରଥଯାତ୍ରା ହେବନି ବୋଲି ଗତକାଲି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.