କୁକୁର ଗିଳିଦେଲା ଦେଢ ଲକ୍ଷର ହୀରା, ଅପରେସନ୍‌ରୁ ବାହାରିଲା ଏମିତି ଜିନିଷ ଯାହାକୁ ଦେଖି ଡାକ୍ତର କରି ପାରିଲେନି ବିଶ୍ୱାସ

ହୀରା ପ୍ରତି ସମସ୍ତଙ୍କ ମନରେ ସଉକ ରହିଥାଏ। କିନ୍ତୁ ସାଧାରଣ ଲୋକର ଏହାକୁ କିଣିବାର ସାମର୍ଥ୍ୟ ନଥାଏ। ତେବେ ଥରେ ଭାବନ୍ତୁ ତ ଆପଣ ବହୁତ କଷ୍ଟ କରି ଘରକୁ ହୀରା କିଣି ଆଣିଥିବେ, ଆଉ ଏହି ହୀରାକୁ ଆପଣଙ୍କ ଘରେ ଥିବା ପୋଷା କୁକୁର ଗିଳି ଦେବ। ଏପରି ପରିସ୍ଥିତିରେ ଆପଣ କ’ଣ କରିବେ? ବାସ୍ତବରେ ଏମିତି ଏକ ଘଟଣା ଜଣେ ହୀରା ବ୍ୟବସାୟୀଙ୍କ ଘରେ ଘଟିଛି।

ପୁନେରେ ରହୁଥିବା ଜଣେ ହୀରା ବ୍ୟବସାୟୀଙ୍କ କୁକୁର ଖେଳୁଥିବା ସମୟରେ ଦୁଇଟି ହୀରାକୁ ଗିଳି ଦେଇଥିଲା। କୁକୁର ଗିଳି ଦେଇଥିବା ହୀରାର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ଜଣାପଡିଛି। କୁକୁର ହୀରା ଗିଳିଦେବା ପରେ କୁକୁରର ମାଲିକ ବିଚଳିତ ହୋଇ ସଙ୍ଗେସଙ୍ଗେ କୁକୁରକୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର କୁକୁରକୁ ଦେଖି ହୀରା ବାହାର କରିବାକୁ ହେଲେ ପେଟର ଅସ୍ତ୍ରୋପଚାର କରିବାକୁ ପଡ଼ିବ ବୋଲି କହିଥିଲେ।

dog

କୁକୁରର ଅସ୍ତ୍ରୋପଚାର ସମୟରେ ତା’ର ପେଟରେ ଏମିତି କିଛି ଜିନିଷ ଦେଖିଲେ, ଯାହାକୁ ଦେଖି ସେମାନେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିନଥିଲେ। ଅସ୍ତ୍ରୋପଚାର ସମୟରେ କୁକୁର ପେଟରୁ କେବଳ ଯେ ଗିଳି ଦେଇଥିବା ହୀରା ବାହାରିଥିଲା ତାହା ନୁହେଁ ବରଂ ଛୁଞ୍ଚି, ବୋତାମ, ରବର ଓ ଆଉ କିଛି ସୂତା ଡାକ୍ତର ବାହାର କରିଥିଲେ।

ଡାକ୍ତରଙ୍କ କହିବାନୁଯାୟୀ, ହୀରା ଚକଚକ୍‌ କରୁଥିବାରୁ କୁକୁର ତାକୁ ଦେଖି ଗିଳି ଦେଇଥିଲା। ବର୍ତ୍ତମାନ କୁକୁର ସଂପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ହୀରାକୁ ତାର ମାଲିକ ବ୍ୟବସାୟ ପାଇଁ ନେଇଗଲେ। କୁକୁର ସବୁବେଳେ ଚମକୁଥିବା ଜିନିଷକୁ ଦେଖି ଆକର୍ଷିତ ହୋଇଯାଏ, ତେଣୁ ଏମିତି ଜିନିଷ ସବୁ ଖାଇଯାଇଛି। ତେଣୁ ଆପଣ ନିଜ ପୋଷା କୁକୁରର ଧ୍ୟାନ ରଖନ୍ତୁ, କେବେ ସେ ମଧ୍ୟ ଭୁଲ୍‌ କରିନବସେ।

Leave A Reply

Your email address will not be published.