ରିଲ୍ ନୁହେଁ ରିୟଲ ବାହୁବଳୀ: ମୁଣ୍ଡରେ ବାଇକ୍ ଥୋଇ ବସ୍ ଉପରକୁ ଚଢିଗଲେ ବ୍ଯକ୍ତି, ଭିଡିଓ ଭାଇରାଲ

ପ୍ରତ୍ଯେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଭଳି ଏକ ଅଦ୍ଭୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣମାନେ ମଧ୍ଯ ଆଶ୍ଚର୍ଯ୍ଯ ହୋଇ ରହିଯିବେ। ଏହି ଭିଡିଓରେ ଜଣେ ବ୍ଯକ୍ତି ବାଇକ୍ କୁ ମୁଣ୍ଡ ଉପରେ ରଖି ବସ୍ ଉପରେ ଚଢୁଛନ୍ତି। ତାଙ୍କର ଏଭଳି ପ୍ରୟାସ ମଧ୍ଯ ଖୁବ୍ ଭୟଙ୍କର ଥିଲା। ଏଭଳି ପରିସ୍ଥିତିରେ ବ୍ଯକ୍ତି ଜଣକ କାହାର ସାହାଯ୍ଯ ନନେଇ ମଧ୍ଯ ମୁଣ୍ଡ ଉପରେ ବାଇକ୍ ଥୋଇ ସିଧା ବସ୍ ଉପରକୁ ଚଢିଥିଲେ।

ଭିଡିଓରେ ଦେଖିବାକୁ ମିଳିଥାଏ, ଚାରି ଜଣ ଲୋକ ମିଶି ବାଇକକୁ ଉଠାଇବା ପରେ ଜଣେ ବ୍ଯକ୍ତି ମୁଣ୍ଡ ଉପରେ ରଖିଥାନ୍ତି। ବ୍ଯକ୍ତି ଜଣଙ୍କୁ ବାଇକଟିକୁ ବସ୍ ଉପରେ ରଖିବାର ଥିଲା। ଏନେଇ ବ୍ଯକ୍ତି ଜଣକ ସ୍ଲିପର ବସରେ ଲାଗିଥିବା ସିଢିରେ ଫଟାଫଟ୍ ଚଢିଯାଇ ବାଇକ୍କୁ ବସ ଉପରେ ରଖିବା ସହ ଉପରକୁ ବାଇକ୍କୁ ମଧ୍ଯ ବାହାର କରିଛନ୍ତି। ଭୁଲରେ ବି ଆପଣମାନେ ଏଭଳି ପ୍ରୟାସ ଘରେ କରନ୍ତୁ ନାହିଁ କାରଣ ଏହାଦ୍ବାରା ଆପଣଙ୍କୁ ଗଭୀର ଆଘାତ ଲାଗିପାରେ।

ସୂଚନା ମୁତାବକ ks_jishnu ନାମକ ଜଣେ ବ୍ଯକ୍ତି ଏହି ଭିଡିଓ ଗତ ୨୭ ଜୁନରେ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ବର୍ତ୍ତମାନ ୯ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକମାନେ ଉକ୍ତ ବ୍ଯକ୍ତି ଜଣଙ୍କୁ ମର୍ଡନ ଦୁନିଆର ବାହୁବଳୀ ମଧ୍ଯ କହିଛନ୍ତି। ଲୋକମାନଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ଯ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.