ବୁଦ୍ଧି ଖଟାଇବାକୁ ଚାହୁଁଛନ୍ତି ତ ଜାଣନ୍ତୁ ନାସାର ଏହି କାମ ବିଷୟରେ, ପୁରସ୍କାର ବାବଦରେ ମିଳିବ ଏତିକି ଲକ୍ଷ ଟଙ୍କା….

କଣ ଆପଣ କିଛି ନୂଆ ଧରଣର ଚିନ୍ତା କରୁଛନ୍ତିକି ? କଣ ଆପଣଙ୍କ ମସ୍ତିଷ୍କକୁ ପ୍ରତିଦିନ ନୂଆ ନୂଆ ଆଇଡ଼ିଆ ଆସୁଛିକି ? କଣ ଆପଣଙ୍କର ଏକ କ୍ରିଏଟିଭ ବ୍ୟକ୍ତିତ୍ୱ ରହିଛିକି ? ତେବେ ଜାଣି ଖୁସି ହେବେ ୨୬ ଲକ୍ଷ ଟଙ୍କା ଆପଣଙ୍କ ଅପେକ୍ଷାରେ ଅଛି । ଆଉ ସବୁଠୁ ଖାସ କଥା ହେଉଛି ଏହି ଅଫର ଏଣୁ ତେଣୁ କମ୍ପାନୀ ନୁହେଁ, ଆମେରିକା ସ୍ଥିତ ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡ୍ମିନିଷ୍ଟ୍ରସନ ବା ନାସା ଦେଉଛି । ତେବେ ଆସନ୍ତୁ ଆଜି ଏବିଷୟରେ କିଛି ଜାଣିରଖିବା-
ପ୍ରକୃତରେ ନାସା ଚନ୍ଦ୍ରରେ ଅନ୍ତରୀକ୍ଷ ଯାତ୍ରୀଙ୍କ ରହିବା ନେଇ ପୂରା ବ୍ୟବସ୍ଥା କରିବାରେ ଲାଗି ପଡିଛନ୍ତି । ଯେମିତି ଅନ୍ତରୀକ୍ଷରେ ରହଣି ସମୟରେ କିଛି ଅସୁବିଧା ନହୁଏ । ସେହି ପ୍ରସ୍ତୁତିରେ ରହିଛି ନାସା । ଏହି କାରଣରୁ ନାସା ଦେଇଥିବା ଚ୍ୟାଲେଞ୍ଜ ସ୍ୱୀକାର କରି ଯେକେହି ବି ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଲାଭ କରି ପାରିବେ । ନାସା ଅନ୍ତରୀକ୍ଷ ଯାନ କ୍ୟାବିନରେ ଟଏଲେଟ ନିର୍ମାଣ ପାଇଁ ବିଶ୍ୱ ସ୍ତରରେ ଏକ ଚ୍ୟାଲେଞ୍ଜ ଦେଇଛି । ଏନେଇ ଯିଏ ଅନୁରୂପ ଟଏଲେଟର ଡ଼ିଜାଇନ ପଠାଇବ ତାକୁ ପୁରସ୍କାର ସ୍ୱରୂପ ଏହି ଅର୍ଥରାଶି ଦିଆଯିବ । ଖବର ଅନୁଯାୟୀ, ଏହି ଟଏଲେଟ ଟି ଏମିତି ନିର୍ମାଣ ହେବା ଦରକାର ଯେମିତିକି ଏହା ମାଇକ୍ରୋ ଗ୍ରଭିଟି ଓ ଲୁନାର ଗ୍ରଭିଟି ଉଭୟରେ କାର୍ଯ୍ୟ କରିପାରିବ । କହିରଖିବା ଉଚିତ ହେବକି, ଅନ୍ତରୀକ୍ଷ ଯାତ୍ରୀ ମାନେ ଖାଦ୍ୟପେୟ ବାଦ ନିଜ ନିତ୍ୟକର୍ମ ପାଇଁ ସୂକ୍ଷ୍ମଗୁରୁତ୍ୱକର୍ଷଣ ଓ ଚନ୍ଦ୍ର ଗୁରୁତ୍ୱକର୍ଷଣର ବ୍ୟବହାର କରିଥାନ୍ତି ।

NASA_UP

ଏଥି ସହ ନାସା ତରଫରୁ କୁହାଯାଇଛିକି, ଯେବେ ଅନ୍ତରୀକ୍ଷ ଯାତ୍ରୀ ମାନେ ନିଜ ନିଜ କ୍ୟାବିନ ଭିତରେ ରୁହନ୍ତି ସେମାନଙ୍କୁ ଏକ ଶୌଚାଳୟର ଆବଶ୍ୟକତା ରହିଥାଏ । ପୃଥିବୀରେ ବାସ କରୁଥିବା ସାଧାରଣ ଲୋକେ ବ୍ୟବହାର କରୁଥିବା ସାଧାରଣ ଟଏଲେଟ ପରି ସମସ୍ତ କ୍ଷମତା ରହିବା ବି ନିହାତି ଆବଶ୍ୟକ । ଅନ୍ତରୀକ୍ଷ ଶୌଚାଳୟ ପାଇଁ ସାର୍ବଜନିକ ଡ଼ିଜାଇନକୁ ଆରଟେମିସ ଚନ୍ଦ୍ର ଲ୍ୟାଣ୍ଡର୍ସରେ ଉପଯୋଗ ପାଇଁ ଅନୁକୂଳିତ କରାଯାଇଥାଏ ଫଳରେ ମନୁଷ୍ୟଙ୍କୁ ଚନ୍ଦ୍ରମା ଉପରେ ସବୁ କାମ କରିବାରେ ସାହାଯ୍ୟ ହୋଇଥାଏ । ଆମେରିକାସ୍ଥିତ ଅନ୍ତରୀକ୍ଷ ଏଜେନ୍ସି ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛିକି, ଅନ୍ତରୀକ୍ଷରେ ଶୌଚାଳୟ ପୂର୍ବରୁ ହିଁ ମହଜୂତ ଅଛି କିନ୍ତୁ ଏହାକୁ କେବଳ ଅନ୍ତରୀକ୍ଷ ଷ୍ଟେସନରେ ହିଁ ବ୍ୟବହାର କରାଯାଇପାରିଥାଏ । ଯାହା କେବଳ ମାତ୍ର ମାଇକ୍ରୋ ଗ୍ରଭିଟିରେ ହିଁ କାର୍ଯ୍ୟ କରି ପାରିଥାଏ ।

ନାସାର ମାନବ ଲ୍ୟାଣ୍ଡିଙ୍ଗ ସିଷ୍ଟମ ଏମିତି ଏକ ଉପକରଣ ସନ୍ଧାନରେ ଅଛି, ଯାହା ସାହାଯ୍ୟରେ ଛୋଟ, ଅଧିକ କୁଶଳ, ମାଇକ୍ରୋଗ୍ରଭିଟି ସମେତ ଚନ୍ଦ୍ରର ଗୁରୁତ୍ୱାକର୍ଷଣ ଉଭୟରେ କାମ କରିବା ସକ୍ଷମ ହୋଇପାରୁଥିବ । ନାସା ଦ୍ୱାରା ଦିଆଯାଇଥିବା ଏହି ଗ୍ଲୋବାଲ ଟଏଲେଟ ଚ୍ୟାଲେଞ୍ଜରେ ପ୍ରକୃତରେ ଦୁଇଟି କ୍ୟାଟେଗୋରୀ ସାମିଲ ଅଛି, ଯେଉଁଥିରେ ଉଭୟ ଟେକ୍ନିକାଲ ଓ ଜୁନିୟର କ୍ୟାଟେଗୋରୀ ସାମିଲ ଅଛି । ନାସା ତରଫରୁ ଡ଼ିଜାଇନ ପଠାଇବାର ଅନ୍ତିମ ତାରିଖ ଅଗଷ୍ଟ ୧୭ ତାରିଖ ରଖାଯାଇଛି । ନିଜ ଆର୍ଟମିଶ ମୁନ ମିଶନ ଜରିଆରେ ୨୦୨୪ ମସିହା ସୁଧା ପ୍ରଥମ ମହିଳା ଓ ଦ୍ଵିତୀୟ ପୁରୁଷ ଚନ୍ଦ୍ରକୁ ପଠାଇବାର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.