ଲଞ୍ଚ ହେଲା Realme C11 ବଜେଟ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ରିଅଲ ମି କମ୍ପାନୀ ପକ୍ଷରୁ ଲାଟେଷ୍ଟ ସ୍ମାର୍ଟଫୋନ Realme C11 କୁ ଲଞ୍ଚ କରିଛି। ଏହା ରିଅଲ ମି କମ୍ପାନୀର ସି ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ। ତେବେ କ’ଣ ରହିଛି ଏହାର ଦାମ ଏବଂ ଫିଚର୍ସ, ସ୍ପେସିଫିକେସନ ଆସନ୍ତୁ ଜାଣିବା..

ସ୍ପେସିଫିକେସନ :

ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ । ଡୁଆଲ ସିମ୍‌ ସହିତ ୬.୫ ଇଞ୍ଚ ଡିସପ୍ଲେ ରହିଛି। ଏହାର ଆସପେକ୍ଟ ରେସିଓ ୨୦:୯ ଏବଂ ସ୍କ୍ରିନ ଟୁ ବଡି ରେସିଓ ୯୯.୭ ରହିଛି। ଏହାଛଡା ଏଥିରେ ମିଡିଆଟେକ ହୋଲିଓ ଜି ୩୫ ଅକ୍ଟୋ କୋର ପ୍ରୋସେସର ସହିତ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ କ୍ଷମତା ମଧ୍ୟ ବଢାଇପାରିବେ। ଏହି ଫୋନର ବ୍ୟାଟେରୀ କ୍ଷମତା ୫,୦୦୦ ଏମ୍‌ଏଏଚ ରହିଛି। ଫୋନର ଓଜନ ୧୯୬ ଗ୍ରାମ ରହିଛି।

44

କ୍ୟାମେରା :

ଫୋନରେ ଦୁଇଟି ରିଅର କ୍ୟାମେରା ରହିଛି । ୧୩ ମେଗାପିକ୍ସେଲ ପ୍ରାଇମେରୀକ୍ୟାମେରା ରହିଛି। ଏହା ସହିତ ୨ ଏମ୍‌ପି ସେକେଣ୍ଡାରୀ କ୍ୟାମେରା ରହିଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ୫ ଏମପି ଫ୍ରଣ୍ଟ କ୍ୟାମେରା ରହିଛି। ଫୋନର ୟୁଜରଙ୍କୁ ଫିଲଟର ମୋଡ, ଏଚଡିଆର, ଏଆଇ ବ୍ଲୁଟି, ପୋଟ୍ରେଟ ମୋଡ ଏବଂ ଟାଇମ ଲ୍ୟାମ୍ପସ ଭଳି ଫିଚର୍ସ ରହିଛି। ଫୋନଟି ଦୁଇଟି କଲର ଭାରିଅଣ୍ଟରେ ମିଳୁଛି। ମିଣ୍ଟ ଗ୍ରୀନ ଏବଂ ଗ୍ରେ। ଏହାର ମୂଲ୍ୟର ପାଖାପାଖି ୭,୬୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.