୫ ଜୁଲାଇ ୨୦୨୦ ରେ ଆଷାଢ଼ ପୂର୍ଣ୍ଣିମା। ଯାହାକୁ ଗୁରୁ ପୂର୍ଣ୍ଣିମା ଭାବରେ ସମସ୍ତେ ପାଳନ କରନ୍ତି। ଶାସ୍ତ୍ରରେ ଏହି ଦିନକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ଧରାଯାଏ ଏବଂ ଗୁରୁଙ୍କ ମହତ୍ତ୍ୱକୁ ଦର୍ଶାଇଥାଏ ଏହି ଦିନ। ଏହି ଦିନ ନିଜ ଗୁରୁଙ୍କୁ ପୂଜା କରିବା ଶ୍ରେଷ୍ଠ ହୋଇଥାଏ ଏବଂ ସମସ୍ତେ ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ପ୍ରାପ୍ତ କରନ୍ତି। କିନ୍ତୁ ଅନେକ ଲୋକ ଏମିତି ବି ଅଛନ୍ତି ଯେଉଁମାନଙ୍କ ପାଖରେ ଗୁରୁ ନାହାନ୍ତି ଏବଂ ସେମାନେ ସାଧନା ତଥା ତାଙ୍କୁ ପୂଜା କରିବାକୁ ଚାହୁଁଛନ୍ତି। ତେବେ ସେମାନଙ୍କୁ ଆଜି ଆମେ ଜଣାଇବ ଗୁରୁ ପୂର୍ଣ୍ଣିମା ଦିନ କେଉଁ ମାନଙ୍କୁ ପୂଜା କରିବା ଉଚିତ।
-ସର୍ବପ୍ରଥମେ କିଛି ଚାଉଳକୁ ଶ୍ୱେତ ବସ୍ତ୍ର ଉପରେ ରଖି ତାଉପରେ କଳଶ-ନଡିଆ ରଖିଦିଅନ୍ତୁ।
-ଉତ୍ତରାଭିମୁଖ ହୋଇ ସାମ୍ନା ପଟରେ ଶିବଙ୍କର ଚିତ୍ର ରଖିଦିଅନ୍ତୁ।
-ତେବେ ଶିବଙ୍କୁ ଗୁରୁ ଭାବି ଏହି ମନ୍ତ୍ର ପଢ଼ି ଶ୍ରୀଗୁରୁଦେବଙ୍କୁ ଆବାହାନ କରନ୍ତୁ।
-‘ଓଁ ବେଦାଦି ଗୁରୁଦେବାୟ ବିଦମହେ, ପରମ ଗୁରୁବେ ଧିମହି, ତନ୍ନେଃ ଗୁରୁଃ ପ୍ରଚୋଦୟାତ୍।’
-ହେ ଗୁରୁଦେବ! ମୁଁ ଆପଣଙ୍କୁ ଆବାହନ କରୁଛି। ଏହାପରେ ଯଥା ପୂଜା କରନ୍ତୁ। ନେବେଧ୍ୟାୟୀ ଆରତି କରନ୍ତୁ।
-ତଥା‘ ଓଁ ଗୁଂ ଗୁରୁଭ୍ୟେ ନମଃ ମନ୍ତ’କୁ ୧୧,୨୧,୫୧ ଏବଂ ୧୦୮ ଥର ମାଳା ଜପ କରନ୍ତୁ।
-ଯଦି କୌଣସି ବିଶେଷ ସାଧନା କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ଆଜ୍ଞାକୁ ମାନସିକ ରୂପରେ ନେଇପାରିବେ।