କଟକ(କେନ୍ୟୁଜ୍):୮ ଦିନର ସଟଡାଉନ ପରେ ଆଜିଠୁ ପୁଣି ଖୋଲିଲା କଟକ ସହର । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ କଟକଣା ଭିତରେ ଖୋଲିବ ଦୋକାନ । ଦୋକାନରେ ମାସ୍କ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । ସପିଂ ମଲ୍ ଗୁଡ଼ିକ କୋଭିଡ୍ କଟକଣା ନିୟମ ମାନି ଖୋଲିବାକୁ ଅନୁମତି ଦିଆଯାଇଛି ।
ସେହିଭଳି ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ୍ ଖୋଲାଯାଇପାରିବ । ହୋଟେଲ ଓ ରେଷ୍ଟୁରାଷ୍ଟ ଖୋଲା ରହିବ । ଲୋକେ ଖାଇବା କେବଳ ପାର୍ସଲ ନେଇପାରିବେ । ପୂର୍ବଭଳି ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । କଟକ ମହାନଗର ନିଗମରେ ସଂକ୍ରମଣ ବଢିବା ପରେ ଦୁଇ ପର୍ଯ୍ୟାୟରେ ସଟ୍ଡାଉନ୍ ଘୋଷଣା ହୋଇଥିଲା ।