ଆଶ୍ୱସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ, ଆଜି ରାଜ୍ୟରେ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଶ୍ୱସ୍ତିକର ଖବର ଦେଲା  ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୨୦, ସୁନ୍ଦରଗଡର ୪୧, ନବରଙ୍ଗପୁର ୩୩, ଖୋର୍ଦ୍ଧାର ୨୮, ବଲାଙ୍ଗିରର ୨୬, କେନ୍ଦୁଝରର ୧୭, ବାଲେଶ୍ବରର ୧୫,ଜଗତସିଂହପୁରର ୧୩,ମାଲକାନଗିରିର ୧୩, ଯାଜପୁରର ୧୦, ଗଜପତିର ୧୦, ଅନୁଗୁଳର ୯, କେନ୍ଦ୍ରାପଡାର ୬, କୋରାପୁଟର ୪, କଟକର ୩, ଭଦ୍ରକର ୨,ମୟୂରଭଞ୍ଜ,ନୟାଗଡ ଓ ପୁରୀର ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମିଶାଇ ବର୍ତ୍ତମାନ ରାଜ୍ୟରେ ୧୧୩୩୦ ଜଣ  ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.