Below header

କରୋନା ସହ ଲଢ଼ୁଥିବା ମା’ଙ୍କ ଅବସ୍ଥା ଜଣାଇଲେ ଅନୁପମ ଖେର, ଫଟୋ ସେୟାର କରି ଲେଖିଲେ..

ବଲିଉଡ ଅଭିନେତା ଅନୁପମ ଖେରଙ୍କ ପରିବାର ବର୍ତ୍ତମାନ କରୋନା ସହ ଲଢ଼ୁଛନ୍ତି । ଗତ ରବିବାର ଦିନ ତାଙ୍କ ପରିବାରର ଚାରି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅଭିନେତାଙ୍କ ମାଙ୍କ ଠାରୁ ଆରମ୍ଭ କରି ତାଙ୍କ ଭାଇ ପର୍ଯ୍ୟନ୍ତ ସମସ୍ତେ ଏବେ କରୋନା କବଳରେ । ବର୍ତ୍ତମାନ ଅନୁପମ ଖେରଙ୍କ ମା ଦୁଲାରୀଙ୍କୁ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ଅନୁପମ ଖେର ନିଜର ଫ୍ୟାନ ମାନଙ୍କୁ ତାଙ୍କ ପରିବାରର ସ୍ୱାସ୍ଥ୍ୟ ସୂଚନା ଦେଇଥାନ୍ତି । ନିକଟରେ ସେ ଟୁଇଟ୍ କରି ପ୍ରଶଂସକମାନଙ୍କୁ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି। ଅନୁପମ ଖେର ଟ୍ୱିଟ କରି କହିଛନ୍ତି ଯେ , ‘ମା ପୂର୍ବ ଅପେକ୍ଷା ଭଲ। ଜୟ ଶ୍ରୀ ରାମ ‘। ଏହାସହିତ ଇନଷ୍ଟାଗ୍ରାମରେ ମା’ଙ୍କର ଏକ ପୁରୁଣା ଫଟୋ ସେୟାର କରି ଅନୁପମ ଲେଖିଛନ୍ତି, ‘ମା’ ପୂର୍ବ ଅପେକ୍ଷା ଭଲ ଅବସ୍ଥାରେ ଅଛନ୍ତି । ରାଜୁ, ରିମା, ଏବଂ ବୃନ୍ଦାଙ୍କ ଅବସ୍ଥା ମଧ୍ୟ ଭଲ ରହିଛି । ଭଗବାନ ଦୟାଳୁ ଅଟନ୍ତି। ‘ ତେବେ ଏହି ଫଟୋରେ ଅନୁପମଙ୍କ ମା’ ଖ୍ରୀଷ୍ଟମାସ ଗଛକୁ ସଜାଉଥିବାର ନଜର ଆସିଛନ୍ତି ।


ଏହାପୂର୍ବରୁ ଅନୁପମ ଖେର ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ତାଙ୍କ ମା ଦୁଲାରୀଙ୍କୁ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ଭାଇ ଏବଂ ତାଙ୍କ ପରିବାର ସମସ୍ତେ ଘରେ ଅଛନ୍ତି । ଭିଡିଓରେ ଅନୁପମ ଖେର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କର ଭଲପାଇବା, ସମର୍ଥନ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି ।


ସୂଚନା ଅନୁଯାୟୀ ବଲିଉଡରେ ଅନେକ ସେଲିବ୍ରିଟି ବର୍ତ୍ତମାନ କରୋନା କବଳରେ । ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ମଧ୍ୟ କରୋନା ସହିତ ଲଢେଇ କରୁଛନ୍ତି । ଶନିବାର ଦିନ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ରିପୋର୍ଟ ପଜିଟିଭ ଆସିଥିଲା ଏବଂ ରବିବାର ଦିନ ତାଙ୍କ ବୋହୂ ଐଶ୍ଵର୍ଯ୍ୟା ରାୟ ଏବଂ ନାତୁଣୀ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.