ଜାଣନ୍ତୁ, ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ କମିବାର କାରଣ କ’ଣ

କୁହାଯାଏ ଯେ, ବୟସ ବଢ଼ିବା ସହ ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା କମିଯାଏ। କିନ୍ତୁ ଏବେ ଏହାର ଓଲଟା ଦେଖିବାକୁ ମିଳିଛି ସାମାଜିକ ଜୀବନରେ। ଏବେ କମ୍‌ ବୟସର ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ ଶାରୀରିକ ସମ୍ପର୍କ ପ୍ରତି ଆକର୍ଷଣ କମୁଥିବା ଦେଖିବାକୁ ମିଳିଛି। ସେମାନେ ସେତିକି ସେକ୍ସର ମଜା ନେଇପାରୁନାହାନ୍ତି ଯେତିକି ନେବା କଥା। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ…

Ways to stop-pain during sex - Insider

ଅଧିକ ଏକ୍ସରସାଇଜ୍‌ କରିବା:

ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା କମିବାର ସବୁଠୁ ବଡ଼ କାରଣ ହେଉଛି ଅଧିକ ବ୍ୟାୟାମ ବା ଏକ୍ସରସାଇଜ୍‌ କରିବା। ବର୍ତ୍ତମାନ ଲୋକମାନେ ନିଜକୁ ଫିଟ୍‌ ରଖିବାକୁ ଆବଶ୍ୟକତା ଠାରୁ ଅଧିକ ଏକ୍ସରସାଇଜ୍‌ କରୁଛନ୍ତି। ଫଳସ୍ୱରୂପ ସେମାନେ ସୁଡୋଲ ବଡି ସିନା ପାଇଯାଉଛନ୍ତି କିନ୍ତୁ ସେକ୍ସ ପ୍ରତି ସେମାନଙ୍କ ଇଚ୍ଛା ସମ୍ପୂର୍ଣ୍ଣ କମିଯାଉଛି। ରିସର୍ଚ୍ଚ ମୁତାବକ ଅଧିକ ଏକ୍ସରସାଇଜ୍‌ କରିବା ଦ୍ୱାରା ଏଣ୍ଡୋକ୍ରାଇନ୍‌ ସିଷ୍ଟମ୍‌ ଖରାପ ହୋଇଯାଇଥାଏ। ଫଳରେ ଟେଷ୍ଟୋଷ୍ଟେରନ୍‌ର ସ୍ତର କମିଯାଏ ଓ ସେକ୍ସ ଲାଇଫ୍‌ ପ୍ରଭାବିତ ହୋଇଥାଏ।

Antidepressants Can Lower Your Sex Drive. Here's How To Fix It ...

ଟେନ୍‌ସନ୍‌ରେ ରହିବା:

ଅଫିସ୍‌ ଟେନ୍‌ସନ୍‌, ଘର ଟେନ୍‌ସନ୍‌, ସାଙ୍ଗସାଥୀଙ୍କ ଟେନ୍‌ସନ୍‌ ଆଦି ଏବେ ଯୁବପିଢ଼ିଙ୍କ ଜୀବନରେ ଅଧିକ ବଢ଼ିଯାଇଛି। ଫଳରେ ଲୋକମାନେ ଚିନ୍ତାଗ୍ରସ୍ତ ରହୁଛନ୍ତି। ବିଶେଷଜ୍ଞଙ୍କ ମତରେ ଚିନ୍ତା ଯୋଗୁ କାର୍ଟିସୋଲ ନାମକ ଷ୍ଟ୍ରେସ୍‌ ହରମୋନ୍‌ର ସ୍ତର ବଢ଼ିଥାଏ। ଫଳରେ ଟେଷ୍ଟୋଷ୍ଟେରନ୍‌ ଓ ଲିବିଡୋ କମ୍‌ ହୋଇଯାଏ। ଏହା ଦ୍ୱାରା ବ୍ୟକ୍ତିଙ୍କ ସେକ୍ସ ପ୍ରତି ଆଗ୍ରହ କମେ।

Young adults are in a 'sex recession' — here's why - Insider

ଭଲରେ ନ ଶୋଇବା:

ଦିନସାରା କାମ କରିବା ପରେ ରାତିରେ ପର୍ଯ୍ୟାପ୍ତ ନିଦ ଦରକାର। ଯଦି ଜଣେ ରାତିରେ ଠିକ୍‌ ଭାବେ ଶୋଉନାହିଁ ତେବେ ସେ ଦିନ ସାରା ମଧ୍ୟ ମାନ୍ଦା ରହିଥାଏ। ଶରୀର ଦୁର୍ବଳ ଲାଗୁଥିବାରୁ ସେକ୍ସ ପ୍ରତି ଇଚ୍ଛା ମଧ୍ୟ କମେ। ଏକ ରିସର୍ଚ୍ଚ ମୁତାବକ ଯେଉଁ ପୁରୁଷ ପ୍ରତିଦିନ ପ୍ରାୟ ୭ ଘଣ୍ଟା ଶୋଇଥାନ୍ତି ତାଙ୍କ କାମୋଚ୍ଛା ଅଧିକ ରହିଥାଏ।

5 health benefits of sex — and how much sex is healthy - Insider

ଅଧିକ ଟେକ୍ନୋଲୋଜି ବ୍ୟବହାର କରିବା:

ଫୋନ୍‌, କମ୍ପ୍ୟୁଟର, ଟିଭି ଆଦି ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛନ୍ତି। ଏସବୁ ଜିନିଷକୁ ଛାଡ଼ି ଦେଇ ଜୀବନର ପରିକଳ୍ପନା କରିବା ଅସମ୍ଭବ। ଶୋଇବା ପୂର୍ବରୁ ଓ ଉଠିବା ପରେ ଲୋକଙ୍କୁ ପ୍ରଥମେ ମୋବାଇଲ ଦରକାର। ଏସବୁ ଟେକ୍ନୋଲୋଜି ମଧ୍ୟ ସେକ୍ସ ପାଓ୍ଵାର କମାଇବାର ପ୍ରମୁଖ କାରଣ। ଅଧିକ କମ୍ପ୍ୟୁଟର ବ୍ୟବହାର କଲେ ଏଥିରୁ ବାହାରୁଥିବା କ୍ଷତିକାରକ ରଶ୍ମି ଶରୀରର ପ୍ରଜନନ କ୍ଷମତାକୁ କମାଇଦେଇଥାଏ। ଫଳରେ ସେକ୍ସ ପ୍ରତି ଲୋକଙ୍କ ଆଗ୍ରହ କମେ। ଏଣୁ କମ୍‌ ଟେକ୍ନୋଲୋଜି ବ୍ୟବହାର କରିବାକୁ ଏକ୍ସପର୍ଟ ମତ ଦିଅନ୍ତି।

Leave A Reply

Your email address will not be published.