Below header

ଦିନେ ଭଗବାନ କୃଷ୍ଣ ବି ପିଇଥିଲେ ରାଧାଙ୍କ ପାଦ ଧୁଆ ପାଣି, ଜାଣନ୍ତୁ କାହିଁକି

ଭଗବାନ ଶ୍ରୀକୃଷ୍ଣଙ୍କ ବିବାହ ରାଧାଙ୍କ ସହ ହୋଇନଥିଲେ ମଧ୍ୟ ଆଜି ବି କୃଷ୍ଣଙ୍କ ପ୍ରେମିକା ଭାବେ ରାଧାଙ୍କୁ ହିଁ ମନେ ପକାଯାଉଛି। ଲୋକମାନେ ଏବେ ବି ରାଧାକୃଷ୍ଣଙ୍କ ପ୍ରେମର ଉଦାହରଣ ଦେଇଥାନ୍ତି। ରାଧାଙ୍କୁ କୃଷ୍ଣଙ୍କ ଆତ୍ମା କୁହାଯାଏ। ଏଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ରାଧାରମଣ ମଧ୍ୟ କୁହାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ସମୟରେ ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ଚରଣାମୃତ ବା ପାଦଧୁଆ ପାଣି ପିଇବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ଏହା ପଛରେ କ’ଣ ଥିଲା କାରଣ…

Art n Store Radha-Krishna Swing Jhula HD Printed Religious & Wall ...

ଥରେ ଶ୍ରୀକୃଷ୍ଣ ଅସୁସ୍ଥ ହୋଇପଡ଼ିଥିଲେ। କୌଣସି ଔଷଧ କିମ୍ବା ଜଡ଼ିବୁଟି କାମରେ ନ ଆସିବାରୁ ସ୍ୱୟଂ ଶ୍ରୀକୃଷ୍ଣ ଗୋପୀଙ୍କୁ ତାଙ୍କ ପାଦଧୁଆ ପାଣି ପିଆଇବାକୁ କହିଥିଲେ। କୃଷ୍ଣ କହିଥିଲେ ତାଙ୍କ ପରମଭକ୍ତଙ୍କ ପାଦ ଧୁଆ ଜଳକୁ ଯଦି ସେ ଗ୍ରହଣ କରିବେ ତେବେ ସୁସ୍ଥ ହୋଇଯିବେ। ମାତ୍ର ଗୋପୀମାନେ ଭୟରେ ନିଜ ପାଦ ଧୁଆ ପାଣି ଦେବାକୁ ରାଜି ହୋଇନଥିଲେ। ଯଦି କୃଷ୍ଣ ସୁସ୍ଥ ନ ହୁଅନ୍ତି ତେବେ ସେମାନେ ନର୍କ ଭୋଗିପାରନ୍ତି ବୋଲି ଚିନ୍ତା କରିଥିଲେ। ଏଣୁ କେହି ପାଦଧୁଆ ପାଣି ଦେଲେନାହିଁ।

For this reason, even after extreme love and affection can't get ...

ଏହି ସମୟରେ ରାଧା ଆସି କିଛି ନ ଭାବି ନ ଚିନ୍ତି ନିଜ ପାଦ ଧୋଇ ସେହି ପାଣି ନେଇ କୃଷ୍ଣଙ୍କୁ ପିଆଇ ଦେଇଥିଲେ। ଅନ୍ୟମାନେ ରାଧା ନର୍କକୁ ଯିବେ ବୋଲି ଭାବୁଥିବା ବେଳେ ରାଧା କିନ୍ତୁ ନିଜ ପ୍ରାଣପ୍ରିୟଙ୍କ ପାଇଁ ନର୍କ ଭୋଗିବାକୁ ବି ପ୍ରସ୍ତୁତ ଥିଲେ। ତେବେ ରାଧାଙ୍କ ଏହି ଭକ୍ତି ଯୋଗୁ କୃଷ୍ଣ ସୁସ୍ଥ ହୋଇଯାଇଥିଲେ। ସେବେ ଠାରୁ ରାଧାଙ୍କୁ କୃଷ୍ଣଙ୍କ ଆତ୍ମା ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.