Below header

ଗଂଜାମର ଅମ୍ବିକା ଆଣିଲେ ଗାଁ ପାଇଁ ଗର୍ବ ଓ ଗୌରବ, CBSE ପରୀକ୍ଷାରେ ରାଜ୍ୟରେ ଚତୁର୍ଥ

ବ୍ରହ୍ମପୁର (କେନ୍ୟୁଜ୍): ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଭୋଳାସିଙ୍ଗି ଗାଁ ର ଅମ୍ବିକା ସାହୁ CBSE ପରୀକ୍ଷା ରେ ୯୭.୦୬ ହାର ରଖି ଟପ୍ପର ହୋଇଛନ୍ତି । ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଅମ୍ବିକା ଚିକିଟି ବ୍ଲକ ପିତାତଳି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ । ଅମ୍ବିକା କହିଛନ୍ତି, ମୋର ସବୁ ଶ୍ରେୟ ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କୁ ଦେବି । କାରଣ ଭଲ ପାଠ ପଢିବା ପାଇଁ ସେମାନେ ସବୁବେଳେ ମୋତେ ଗାଇଡ୍ କରିଆସୁଥିଲେ । ଭବିଷ୍ୟତରେ ଜଣେ ଭଲ ବୈଜ୍ଞାନିକ ହେବା ପାଇଁ ଇଛା ଥିବା କହିଛନ୍ତି ଅମ୍ବିକା ।

ଆଦର୍ଶ ବିଦ୍ୟାଳୟରେ ପାଠ ପଢି ଝିଅ ଏହିପରି ସଫଳତା ପାଇବା, ପରିବାର ପାଇଁ ସ୍ବପ୍ନ ବୋଲି କହିଛନ୍ତି ଅମ୍ବିକାର ବାପା ଆପନା ସାହୁ । ଗାଁ ପରିବେଶ ମଧ୍ୟରେ ଆପନା ସାହୁ ଙ୍କ ପରିବାର । ଗାଁ ରେ ଏକ ଛୋଟିଆ ତେଜରାତି ଦୋକାନ ଟିଏ କରିଥିବା ବେଳେ ଆପନା ସାହୁ ଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ । ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ପରିବାର । ବଡକଥା ହେଉଛି ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗାଁ ପରିବେଶ ମଧ୍ୟରେ ଥିବା ଏହି ପରିବାରର ପିଲାମାନେ ଶିକ୍ଷାର ମହତ୍ତ୍ଵକୁ ବୁଝିପାରିଛନ୍ତି । ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମଧ୍ୟ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.