ସାମାନ୍ୟ ବଦଳିଲା ଲକ୍‌ଡାଉନ୍ ନିୟମ

ସ୍ୱତନ୍ତ୍ର ରିଲିଫ କମିଶନର୍ ଜାରି କଲେ ଲକ୍‌ଡାଉନ୍‌ର ସଂଶୋଧିତ ନିୟମାବଳି । ଆସନ୍ତାକାଲିଠାରୁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ପୌରାଞ୍ଚଳରେ ଏହି ସବୁ ନିୟମ ଲାଗୁ ହେବ ।
୧-୨୫ ପ୍ରତିଶତ କର୍ମଚାରୀରେ ଚାଲିବ ବ୍ୟାଙ୍କ।
୨-ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ ।
୩-ମଦର ହେବ ହୋମ୍ ଡେଲିଭରୀ ।
୪-ଟେଲିକମ୍ କର୍ମଚାରୀ ନିଜ ଆଇ-କାର୍ଡ଼ ଦେଖାଇ କାମ କରିବେ ।

ଲକଡାଉନ୍‌ ବେଳେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଖୋଲିବ କ୍ଷୀର, ପନିପରିବା, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା ଦୋକାନ। ଜରୁରୀ ସେବାକୁ ବାଦ ଦେଇ ବନ୍ଦ ରହିବ ସବୁ ମାର୍କେଟ । ଖୋଲା ରହିବ ଏଟିଏମ୍‌। ୨୫ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ କାମ କରିବ। ଜାରି ରହିବ ଖଣିକାମ। ମଦର ହୋମ୍‌ ଡେଲିଭେରୀ ହେବ। ଫ୍ଲିପ୍‌ କାର୍ଟ, ଆମଜନ ଭଳି ଇ-କର୍ମସ କାର୍ଯ୍ୟ କରି ପାରିବେ। ଟେଲିକମ୍‌ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା କାମ କରିବେ। ଖୋଲା ରହିବ ଡାଟା ଓ କଲ୍‌ ସେଣ୍ଟର। କାର୍ଯ୍ୟ କରିବ ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ୍‌ ଟର୍ମିନାଲ । ମାଲ ପରିବହନରେ କୌଣସି ପ୍ରତିବନ୍ଧକ ନାହିଁ । ଯାତ୍ରୀଙ୍କ ସୁବିଧା ପାଇଁ ଘରୋଇ ଗାଡ଼ି ଓ ଟାକ୍‌ସି ଚଳାଚଳକୁ ଅନୁମତି ଦିଆଯାଇଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ କାର୍ଯ୍ୟ ଜାରି ରହିବ । ଖୋଲା ରହିବ ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାମ । ଆଇଟି କଂପାନୀ ସର୍ବନିମ୍ନ କର୍ମଚାରୀରେ କାମ କରିବେ । ଖୋଲା ରହିବ ପେଟ୍ରୋଲ ପମ୍ପ ଓ ଜାତୀୟ ରାଜପଥ କଡ଼ରେ ଥିବା ଢାବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.