ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ପେଟ୍ରୋଲ-ଡିଜେଲ ଦାମ

ମହଙ୍ଗାରେ ଘେରି ରହିଥିବା ସାଧାରଣ ଜନତାଙ୍କୁ ଆଜି ସରକାରୀ ତେଲ କମ୍ପାନୀଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଛି। ଆଜି ଦେଶରେ ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦାମ ପୂର୍ବ ଭଳି ହିଁ ସ୍ଥିର ରହିଛି। ଅବଶ୍ୟ ଡିଜେଲ ଦାମରେ ଶନିବାର ରହିଥିବା ଦର ୧୩ ରୁ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆଜି ବି ଅପରିବର୍ତ୍ତିତ ରହିଛି।

ଆଜି ଦିଲ୍ଲୀରେ ପେଟ୍ରୋଲର ଦାମ ୮୦.୪୩ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲର ଦାମ ପ୍ରତିଲିଟର ପିଛା ରହିଛି ୮୧.୫୨ ଟଙ୍କା।
ଆଇଓସିଏଲ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ଦାମ କ୍ରମଶଃ ୮୨.୧୦, ୮୭.୧୯ ଏବଂ ୮୩.୬୩ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଡିଜେଲ କଥା କହିବା ତ ଏହି ମହାନଗର ମାନଙ୍କରେ ଡିଜେଲ ଦାମ କ୍ରମଶଃ ୭୬ ଟଙ୍କା ୬୭ ପଇସା, ୭୯ ଟଙ୍କା ୭୧ ପଇସା ଏବଂ ୭୮ ଟଙ୍କା ୫୦ ପଇସା ରହିଛି।

petrolଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ ଏସଏମଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲର ଦାମ ୮୧.୦୧ ପ୍ରତି ଲିଟର ପିଛା ରହିଥିବାବେଳେ ଡିଜେଲର ଦାମ ୭୯ ଟଙ୍କା ୬୧ ପଇସା ଲିଟର ପିଛା ରହିଛି।

Leave A Reply

Your email address will not be published.