Below header

ଭୁବନେଶ୍ବର: ଡ୍ୟୁଟିରେ ଯୋଗଦେବାକୁ ଆସିଥିବା ଅବକାରୀ ବିଭାଗର ମହିଳା ଏସଆଇଙ୍କୁ କରୋନା, ସୂଚନା ଦେଲେ ଅଧୀକ୍ଷକ

କେନ୍ୟୁଜ୍(ବ୍ୟୁରୋ):  ଅବକାରୀ  ବିଭାଗର ମହିଳା ଏସଆଇଙ୍କୁ କରୋନା । ଅବକାରୀ ବିଭାଗରେ ଯୋଗ ଦେବାକୁ ଆସିଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ମହିଳା ଏସଆଇ ଜଣକ ଅଫିସରେ ଯୋଗ ଦେବାକୁ ଆସିଥିଲେ। କିଛି ଅସୁସ୍ଥ ଅନୁଭବ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କୋଭିଡ ଟେଷ୍ଟ କରାଇଥିଲେ ।

ପରେ  ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାର ଜଣା ପଡିଛି। ଏସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ  ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ମହିଳା ଏସଆଇଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଅଫିସ ସାନିଟାଇଜ କରାଯିବ ବୋଲି ଅଧୀକ୍ଷକ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.