Below header

୩.୦୪ ଲକ୍ଷ ଟଙ୍କାର ବାଇକକୁ ମାତ୍ର ୬୯୯୯ଟଙ୍କା ଦେଇ ନେଇଯାଆନ୍ତୁ ଘରକୁ, ପଢନ୍ତୁ କଣ ରହିଛି ଅଫର

ଯେଉଁମାନେ ଆଡଭେଞ୍ଚର ଏବଂ ଅଫ୍ ରୋଡ୍ ଡ୍ରାଇଭ୍ ପସନ୍ଦ କରନ୍ତି ସେମାନଙ୍କ ପାଇଁKTM 390 Aventure ହେଉଛି ସବୁଠାରୁ ଭଲ ବାଇକ୍ । ତେବେ ଏହାର ମହଙ୍ଗା ମୂଲ୍ୟ ହେତୁ ଅନେକ ଲୋକ ଏହାକୁ କିଣିବାକୁ ସକ୍ଷମ ହୋଇ ପାରନ୍ତି ନାହିଁ । ଭାରତୀୟ ବଜାରରେ KTM 390 ଆଡଭେଞ୍ଚରର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ 3.04 ଲକ୍ଷ ଟଙ୍କା । କିନ୍ତୁ ଯଦି ଆପଣ ମୂଲ୍ୟ ହେତୁ ଏହାକୁ କିଣିବାକୁ ସକ୍ଷମ ନୁହଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ ବୋଲି ଭାବି ନିଅନ୍ତୁ ।

ସୂଚନା ଅନୁଯାୟୀ ବଜାଜ ଅଟୋ ଏହାର ଆଡଭେଞ୍ଚର ଟୁରିଙ୍ଗ ମୋଟରସାଇକେଲ ଉପରେ ଏକଫାଇନାନସିଙ୍ଗ ପ୍ଲାନ ପ୍ରଦାନ କରୁଛି । ଯେଉଁଠାରେ ଗ୍ରାହକମାନେ KTM 390 ଆଡଭେଞ୍ଚରକୁ ମାତ୍ର 6,999 ଟଙ୍କାରେ ପ୍ରାରମ୍ଭିକ EMIରେ କିଣି ପାରିବେ । କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଆର୍ଥିକ ଯୋଜନାରେ, KTM 390 ଆଡଭେଞ୍ଚରର 80% ଅନ୍-ରୋଡ୍ ମୂଲ୍ୟ 5 ବର୍ଷ ପାଇଁ ଉପଲବ୍ଧ । ବାସ୍ତବରେ, କରୋନା କାଳରେ ବାଇକ୍ ବିକ୍ରି ବୃଦ୍ଧି ପାଇଁ କମ୍ପାନୀ ଦ୍ୱାରା ଏହି ଯୋଜନା ପ୍ରଦାନ କରାଯାଉଛି । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର୍ସ ।

2020 KTM 390 Adventure Review | MC Commute - YouTube

ଇଞ୍ଜିନ୍

KTM 390 Aventure ପାୱାର ପାଇଁ କାର୍ଯ୍ୟରେ 373 ସିସିର ସିଙ୍ଗଲ୍ ସିଲିଣ୍ଡର BS6 ଇଞ୍ଜିନ୍ ଦିଆଯାଇଛି ।

ପରଫରମାନ୍ସ

ଏହାର ଇଞ୍ଜିନ୍ 9000 rpmରେ 42.91 Hpର ସର୍ବାଧିକ ଶକ୍ତି ଏବଂ 7000 rpmରେ 37 Nmର ପିକ ପିକ ଟର୍କ ଜେନେରେଟ କରିଥାଏ ।

ଟ୍ରାନ୍ସମିଶନ

KTM 390 Aventureର ଇଞ୍ଜିନ୍ 6-ସ୍ପିଡ୍ ଗିଅରବକ୍ସ ଠାରୁ ଲେସ ।

ସସ୍ପେନସନ

ଏହାର ଫ୍ରଣ୍ଟରେ 170 ମିଲିମିଟର ଟ୍ରାଭେଲ ସସ୍ପେନସନ ଦିଆଯାଇଛି । ଏଥି ସହିତ ଏହାର ପଛରେ 177 ମିଲିମିଟରର ଟ୍ରାଭେଲ ସସ୍ପେନସନ ଦିଆଯାଇଛି ।

2020 KTM 390 Adventure Review. First Ride - YouTube

ବ୍ରେକିଙ୍ଗ

ଏହାର ଫ୍ରଣ୍ଟରେ 320 ମିଲିମିଟର ଡିସ୍କ ବ୍ରେକ୍ ରହିଛି । ତାସହିତ ରିୟାରରେ 230 ମିଲିମିଟର ଡିସ୍କ ବ୍ରେକ୍ ଦିଆଯାଇଛି । ନିରାପତ୍ତା ପାଇଁ, ଏହାର ଅଫ୍ ରୋଡ୍ ABS ଏବଂ Corning ABS ରହିଛି ।

ଡ଼ାଈମେନ୍ସନ

KTM 390 Aventureର ଗ୍ରାଉଣ୍ଡ କ୍ଲିୟରାନ୍ସ ହେଉଛି 200 ମିଲିମିଟର । ଏହି ସମୟରେ ଏହାର ସିଟର ଉଚ୍ଚତା 855 ମିଲିମିଟର ।

ଓଜନ

KTM 390 Aventureର ଓଜନ 158 କିଲୋଗ୍ରାମ ।

ଫୁଏଲ ଟ୍ୟାଙ୍କ

KTM 390 Aventureରେ 14.5 ଲିଟର ଫୁଏଲ ଟ୍ୟାଙ୍କର କ୍ଷମତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.