ସିବିଆଇ ଯାଞ୍ଚ ନାଁ ଶୁଣି ଡରିଗଲେଣି ରିୟା ଚକ୍ରବର୍ତ୍ତୀ, ଓକିଲ ମାଧ୍ୟମରେ କହିଲେ ‘ସିବିଆଇ ଯାଞ୍ଚ ଦରକାର ନାହିଁ’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏଯାଏଁ ଫିଟିପାରୁନାହିଁ। ଏବେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି ବିହାର ସରକାର ସିବିଆଇ ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ। ଓକିଲଙ୍କ ଅନୁସାରେ ବିହାର ସରକାରଙ୍କ ଏଭଳି ସିବିଆଇ ଯାଞ୍ଚ ଦାବି ଭୁଲ।

Sushant Singh Rajput's Father Releases Video: Informed Mumbai ...

ସୁଶାନ୍ତଙ୍କ ବାପା ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ନିଜ ତରଫରୁ ପୁଅ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କୁ ଭେଟିବା ପରେ ନୀତିଶ କହିଛନ୍ତି ମୁଁ ସୁଶାନ୍ତଙ୍କ ବାପାଙ୍କ ସହ କଥାବାର୍ତ୍ତା କଲି। ସେ ପୁଅ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଛନ୍ତି। ତାଙ୍କ ଦାବି ଆଧାରରେ ବିହାର ସରକାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରୁଛନ୍ତି।

ବିହାର ସରକାରଙ୍କ ଏହି ସୁପାରିଶ ଉପରେ ଏବେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବିହାର ସରକାରଙ୍କ ଦାବି ଭୁଲ ଓ ଅନୁଚିତ। ସେମାନେ ଏଭଳି ଦାବି କରିପାରିବେ ନାହିଁ। କାରଣ ରିୟା ସୁପ୍ରିମକୋର୍ଟରେ ଯେଉଁ ପିଟିସନ୍‌ ଦାଖଲ କରିଛନ୍ତି ସେଥିରେ ବିହାର ପୋଲିସର କୌଣସି ସମ୍ପର୍କ ନାହିଁ ଯେ ସେ ଯାଞ୍ଚ କରିବେ। ସେମାନେ ଏହି ମାମଲାକୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିପାରିବେ। ମାମଲା ଟ୍ରାନ୍ସଫର କରିବା ଆଇନ୍‌ ରହିଛି। ଏହା ବିରୁଦ୍ଧରେ କିଛି କରିବା ଆଇନର ବିରୋଧରେ ଯିବା ସହ ସମାନ। ଏହା ସମ୍ବିଧାନର ନୀତି ବିରୋଧ ବୋଲି ରିୟାଙ୍କ ଓକିଲ କହିଛନ୍ତି।

Leave A Reply

Your email address will not be published.