ସୀମାରେ ଚିନ ପକ୍ଷର ଦୁର୍ଦ୍ଦାନ୍ତ ଓ ପାକିସ୍ତାନ ପକ୍ଷର ବାରମ୍ବାର ଅସ୍ତ୍ରବିରତିକୁ ଲକ୍ଷ କରି ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ଏବେ ଭାରତୀୟ ସେନା ଉନ୍ନତ ମାନର ଟେକନିକ ବ୍ୟବହାର କରିବା ନେଇ ସ୍ଥିର କରିଛନ୍ତି । ଡ୍ରାଗନ ସେନାକୁ ତାହାରି ଭାଷାରେ ଜବାବ ଦେବା ପାଇଁ ସ୍ବଦେଶୀ ସେନା ପାରମ୍ପରିକ ଯୁଦ୍ଧ ଟେକନିକ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ମାଇକ୍ରୋ ସେଟ ଲାଇଟ୍ସ, ଲେଜର, ରୋବଟିକ୍ସ ପରି ଟେକନିକ ଯୁଦ୍ଧ କ୍ଷେତ୍ରରେ ଆପଣେଇବା ନେଇ ନିଷ୍ପତ୍ତି ନେଇଛନ୍ତି ।
ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେନା ଆପଣେଇବାକୁ ଯାଉଥିବା ଟେକନିକ ଗୁଡିକ ମଧ୍ୟରେ ଦ୍ରୋନ ସ୍ପରମ ଠାରୁ ଆରମ୍ଭ କରି ଏଲଗୋ ରିଦ୍ଧିକ ୱୟାର ଫାୟାର ଭଳି ଅତ୍ୟାଧୁନିକ ଟେକନିକ ସାମିଲ ଅଛି । ଆର୍ମିକୁ “ନନ କାଇନେଟିକ” ଓ “ନନ କମବେଟ” ଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ କରିବା ହିଁ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ସୂଚନା ମୁତାବକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆଗୁଆ ଥିବା ଚିନ ପୂର୍ବରୁ ହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ପାୱାର୍ଡ଼ ଲୀଦଲ ଅଟୋନମସ ସିଷ୍ଟମ ପ୍ରସ୍ତୁତ କରିସାରିଛି ।
2018 ମସିହାରୁ ହିଁ ଭାରତୀୟ ସେନା ନୂଆ ଶୈଳୀରେ ଯୁଦ୍ଧ କରିବା ଉପରେ ଜୋର ଦେଇ ଆସୁଛନ୍ତି । ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଅନୁଯାୟୀ ସେନା ତରଫରୁ ଗଠନ କରାଯାଉଥିବା ଆଇବିଜିରେ ପାଖାପାଖି ପାଞ୍ଚ ହଜାର ପର୍ଯ୍ୟନ୍ତ ସୈନ୍ୟ ରହିବେ । ଯେଉଁଥିରେ ଇନଫେକଣ୍ଟ୍ରି, ଟ୍ୟାଙ୍କ, ଏୟାର ଡିଫେନ୍ସ, ସିଗନାଲ୍ସଙ୍କ ସମେତ ଇଂଜିନିୟର୍ସ ମାନେ ବି ନିଯୁକ୍ତ ହେବେ । କହିରଖିବା ଉଚିତ ହେବକି ପୂର୍ବରୁ ଉଭୟ ଇଷ୍ଟର୍ନ ଓ ବେଷ୍ଟର୍ଣ୍ଣ ଫ୍ରଣ୍ଟ ଯୁଦ୍ଧରେ ଆଇବିଜିକୁ ସାମିଲ କରାଯାଇଛି । ଯବାନ ମାନଙ୍କୁ ରୋବଟିକ୍ସ ସମେତ ଲେଜର ଟେକନିକର ଟ୍ରେନିଂ ଦିଆଯିବ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି ।