HAL ରେ ଖାଲି ପଡ଼ିଛି ୨୦୦୦ ପଦବୀ, ସ୍ନାତକ ଡିଗ୍ରୀ ପ୍ରାର୍ଥୀ କରିପାରିବେ ଆବେଦନ

ହିନ୍ଦୁସ୍ତାନ୍‌ ଏରୋନେଟିକ୍‌ସ ଲିମିଟେଡ୍‌ରେ ବାହାରିଛି ବମ୍ପର ନିଯୁକ୍ତି। ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୫ ପୂର୍ବରୁ ଏନେଇ ଆବେଦନ କରିପାରିବେ। ହିନ୍ଦୁସ୍ତାନ୍‌ ଏରୋନେଟିକ୍‌ସ ଲିମିଟେଡ୍‌ର ଟେକ୍‌ନିକାଲ ପ୍ରଶିକ୍ଷଣ ସଂସ୍ଥାନରେ ଅପରେଣ୍ଟିସ୍‌ ଓ ଭିଜିଟିଂ ଫ୍ୟାକଲ୍ଟି ମେମ୍ବରର ୨୦୦୦ଟି ପଦ ଖାଲିପଡ଼ିଛି। ଏହି ପଦ ପାଇଁ ବିଶେଷଜ୍ଞ/ଶିକ୍ଷାବିତ୍‌, ବ୍ୟାପାର ବିଶେଷଜ୍ଞ, କ୍ଷେତ୍ର ବିଶେଷଜ୍ଞ, ସେବାନିବୃତ୍ତ ସଂସ୍ଥାର ସଦସ୍ୟ ମଧ୍ୟ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଆରମ୍ଭ: ୮ ଅଗଷ୍ଟ ୨୦୨୦
ଆବେଦନ ଶେଷ: ୫ ସେପ୍ଟେମ୍ବର ୨୦୨୦

HAL (1)

ମୋଟ ପଦ ସଂଖ୍ୟା– ୨୦୦୦

ପଦ ନାମ: ଅପରେଣ୍ଟିସ୍‌, ଭିଜିଟିଂ ଫ୍ୟାକଲ୍ଟି

ଶିକ୍ଷାଗତ ଯୋଗ୍ୟତା:

  • ଅପରେଣ୍ଟିସ୍‌ ପାଇଁ ଡିଗ୍ରୀ/ ଡିପ୍ଲୋମା ସହ ୧-୨ ବର୍ଷର ଅଭିଜ୍ଞତା
  • ଭିଜିଟିଂ ଫ୍ୟାକଲ୍ଟି ପାଇଁ ଡିଗ୍ରୀ/ ଡିପ୍ଲୋମା ସହ ୧୦ବର୍ଷର ଅଭିଜ୍ଞତା

ଅନ୍ୟାନ୍ୟ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ ଯାଇ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.