ଲୁଟ୍‌ ଉଦ୍ୟମ ବିଫଳ ହେବାରୁ ATM ଜାଳିଦେଲେ ଦୁର୍ବୃତ୍ତ, ତଦନ୍ତ କରୁଛି ପୋଲିସ

ମୟୁରଭଞ୍ଜ(କେନ୍ଯୁଜ୍): କରୋନା ମହାମାରୀ ପାଇଁ ବର୍ତ୍ତମାନ ସମସ୍ତଙ୍କ ଜୀବିକାକୁ ନେଇ ବଞ୍ଚିବା କଷ୍ଟକର ହୋଇଯାଇଛି। ତଥାପି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମଧ୍ଯ ଲୁଟେରାମାନଙ୍କ ଉତ୍ପାତ୍ତ କମିବାର ନାଁ ନେଉନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ। ଟଙ୍କା ଲୁଟ୍‌ ପାଇଁ ଜାଳିଦେଲେ ATM। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଉଦଳା ରୋଡ୍‌ରେ ଥିବା ଏସ୍‌ବିଆଇ ATMକୁ ଲୁଟ୍‌ ପାଇଁ ଆସିଥିଲେ। ହେଲେ ଲୁଟ୍‌ ଉଦ୍ୟମ ବିଫଳ ହେବାରୁ ଦୁର୍ବୃତ୍ତମାନେ ATM ଜାଳିଦେଇଥିବା ସନ୍ଦେହ କରାଯାଉଛି।

ଅନ୍ଯପଟେ ଏଟିଏମ୍‌ ପାଖରୁ ଗ୍ୟାସ କଟର ମେସିନ୍‌ ଜବତ ହୋଇଛି। ତେବେ ଟଙ୍କା ଲୁଟ୍‌ ହୋଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଉକ୍ତ ଘଟଣାରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.