ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ, ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ। ଗତକାଲି ରାଜ୍ୟରେ ୫୦ ହଜାରରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଇଛି। ତେବେ ବିଗତ ୨୪ ଘଣ୍ଟାରେ ମୋଟ ୫୦ହଜାର ୫୨୫ ସାମ୍ପଲ ଟେଷ୍ଟ କରାଯାଇଥିଲା। ୩ଦିନ ଲଗାତାର ୫୦ହଜାରରୁ ଅଧିକ ଟେଷ୍ଟ କରାଯାଇଛି।

RTPCR, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ ପରୀକ୍ଷା ହୋଇଛି। RTPCR ମାଧ୍ୟମରେ ୫ହଜାର ୧୦୬, ଆଣ୍ଟିଜେନ୍‌ ମାଧ୍ୟମରେ ୪୫ହଜାର ୩୪୩ ଓ ଟ୍ରୁନଟ୍‌ ମାଧ୍ୟମରେ ପରୀକ୍ଷା ହୋଇଛି ୭୬ଟି ସାମ୍ପଲ। ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

cmଅନ୍ଯପଟେ ସର୍ବାଧିକ କରୋନା ଟେଷ୍ଟିଂକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା। ଓଡ଼ିଶାରେ ୧୦ ଲକ୍ଷ ଲୋକରେ ୧୦୯୬ ନମୁନା ପରୀକ୍ଷା ହେଉଛି। ତେଣୁ ଏକ୍ଷେତ୍ରରେ ସାମିଲ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଟେଷ୍ଟିଂ ସୁବିଧା ଉପଲବ୍ଧ କରି ମୂଲ୍ୟବାନ ଜୀବନ ବଞ୍ଚାଇବା ଦିଗରେ ରାଜ୍ୟର ଉଦ୍ୟମକୁ ଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.