ଘାସ ଖାଇଲା ବେଳେ ଗଧ ଦାନ୍ତରେ ଲାଖିଗଲା ବିଷାକ୍ତ ସାପ, ଶେଷରେ ହେଲା ଏମିତି ଅବସ୍ଥା

ରାଜସ୍ଥାନର ପ୍ରତାପଗଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ଦେଖିଥିଲେ ଯେ ଗୋଟେ ଶାକାହାରୀ ଗଧ ବିଷାକ୍ତ ସାପ ଖାଉଛି । ପରେ ଯେତେବେଳେ ସାପ ଏବଂ ଗଧ ଦୁହେଁ ମରିଯାଇଥିଲେ ସେତେବେଳେ ଜଣାପଡିଥିଲା ଯେ ଘାସ ଖାଇବା ସମୟରେ ଗଧର ଦାନ୍ତରେ ଫସି ରହିଥିବା ସାପଟି ବାହାରକୁ ବାହାରି ପାରିନଥିଲା ଯେଉଁ କାରଣରୁ ସାପ ଏବଂ ଗଧ ଉଭୟଙ୍କର ମୃତ୍ୟୁ ହୋଇଛି ।

ଏହି ଅଜବ ଘଟଣା ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ପିପାଲକଣ୍ଟରେ ଦେଖିବାକୁ ମିଳିଥିଲା । ମାହି ନଦୀ କୂଳରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଏଠାରେ ଗୋଟିଏ ଗଧ ଘାସ ଖାଇବା ସମୟରେ ହଠାତ୍ ଏକ ସାପ ତା ପାଟିରେ ଫସି ଯାଇଥିଲା କିନ୍ତୁ ପରେ ଏହି ସାପଟି ଗଧର ଦାନ୍ତରୁ ବାହାରି ପାରିନଥିଲା ।

गधे के दांतों के बीच फंसा सांप.

ସାପଠାରୁ ମୁକ୍ତି ପାଇବା ପାଇଁ ଗଧ ବହୁତ ଚେଷ୍ଟା କରିଥିଲା ସତ କିନ୍ତୁ ଏହାକୁ ଗିଳି ପାରିନଥିଲା କିମ୍ବା ବାହାର କରିପାରି ନଥିଲା। ଗଧଟି ବାରମ୍ବାର ସାପକୁ ଦାନ୍ତରୁ କାଢି ଫୋପାଡିବାକୁ ଚେଷ୍ଟା କରୁଥିଲାଏବଂ ସାପ ମଧ୍ୟ ଦାନ୍ତ ଦେଇ ଯିବାକୁ ବହୁତ ଚେଷ୍ଟା କରିଥିଉଳ କିନ୍ତୁ କିଛି ବି ହୋଇପାରିଲା ନାହିଁ । ଶେଷରେ ସାପ ଗଧକୁ କାମୁଡ଼ି ଦେଇଥିଲା ଏବଂ ଦୁଇ-ତିନି ଘଣ୍ଟା ପରେ ସାପ କାମୁଡ଼ିବା ଦ୍ୱାରା ଗଧକୁ ମଧ୍ୟ ମରି ଯାଇଥିଲା ।

ମାହି ନଦୀ କୂଳକୁ ପ୍ରାତଃ ଭ୍ରମଣରେ ଆସିଥିବା ଜଣେ ଯୁବକ ଲୋକେଶ ପାଣ୍ଡାୟା ଏହି ଘଟଣାକୁ ଆଖିରେ ଦେଖିଥିଲେ । ସେ ଦେଖିଥିଲେ ଯେ ଏକ ଶାକାହାରୀ ଗଧ ସାପ ଖାଉଛି ଏବଂ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଯୁବକ ଜଣକ କହିଛନ୍ତି ଯେ “ପ୍ରଥମ ଥର ପାଇଁ ଗୋଟିଏ ଗଧ ପାଟିରେ ସାପ ଦେଖିଲି” ।

Leave A Reply

Your email address will not be published.