ପୁଣି ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ, ବନ୍ୟା ଜଳରେ ଭାସିଯାଉଥିବା ପଞ୍ଚୁ ଗୋଚ୍ଛି ଓ ତାଙ୍କ ବଳଦକୁ କଲେ ଉଦ୍ଧାର

ନାୟଗଡ: ଲଗାଣ ବର୍ଷାରେ ବେହାଲ ରାଜ୍ଯର ବିଭିନ୍ନ ଜିଲ୍ଲା । କେଉଁଠି ପ୍ରବଳ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନ ପାଣିରେ ବୁଡି ରହିଛି ତ, କେଉଁଠି ଜାତୀୟ ରାଜପଥର ନଦୀ ପୋଲ ଉପରେ ୪  ଫୁଟ ଉଚ୍ଚରେ ପାଣି ଚାଲୁଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଏଭଳି ସ୍ଥିତିରେ ବନ୍ଯା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ସଜାଗ ହୋଇ ରହିଛନ୍ତି । ଯେପରି ଜରୁରୀକାଳିନ ପରିସ୍ଥିତିର ମୁକାବିକା କରିପାରିବେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହି ପରିପେକ୍ଷୀରେ ନାୟଗଡ ଜିଲ୍ଲାରେ ମଧ୍ଯ ଉପୁଯିଛିବନ୍ୟା ପରିସ୍ଥିତି । ତେବେ ସେଠାରେ ଏକ ଅଘଟଣ ହେବାକୁ ଯାଉଥିବାବେଳେ ସାହାସିକତା ଦେଖାଇଛନ୍ତି ଜିଲ୍ଲାର ଭାପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ।

ସୂଚନା ମୁତାବକ, ବନ୍ୟା ପାଣି ଭିତରୁ ସ୍ଥାନୀୟ ଅଞ୍ଚଳର ପଞ୍ଚୁ ଗୋଚ୍ଛି ଏବଂ ତାଙ୍କ ବଳଦକୁ ଉଦ୍ଧାର କରିଛି ନାୟଗଡ ଜିଲ୍ଲା ଭାପୁର ଅଗ୍ନିଶମ ବିଭାଗର କର୍ମଚାରୀ । ଲଘୁଚାପ ବର୍ଷାରେ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଛି । ଏହି ସମୟରେ ପଥରଚକଟା ଗାଁର ପଞ୍ଚୁ ଗୋଚ୍ଛି ଏବଂ ତାଙ୍କ ବଳଦ ବନ୍ୟା ଜଳରେ ଭାସିଯାଇଥିଲା । ଏ ନେଇ ଖବର ପାଇବା ପରେ ଅଗ୍ନଶମ ବିଭାଗ ମାଧପୁର ଅଞ୍ଚଳରେ ପହଞ୍ଚି ଜୀବନକୁ ପାଣି ଲଗାଇ ପଞ୍ଚୁ ଗୋଚ୍ଛି ଏବଂ ତାଙ୍କ ବଦଳକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।  ଅଗ୍ନଶମ ବିଭାଗର ଏହି ସାହାସିକତା କାର୍ଯ୍ଯ ପାଇଁ ବିିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.