ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା, ଇଡିର ଅଭିଯୋଗ ପରେ NCB ରୁଜୁ କଲା ଆଉ ଏକ ମାମଲା

ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି) ବୁଧବାର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରତିବନ୍ଧିତ ମାଦକ ପଦାର୍ଥ ଯୋଗାଇବା ଅଭିଯୋଗରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅଧିକାରୀମାନେ ସୂଚନା ଦେବା ଅବସରରେ କହିଛନ୍ତି ଯେ ରିୟାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ନିଶା ଦ୍ରବ୍ୟ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ ଏନ୍‌ଡିପିଏସ୍‌ର ବିଭିନ୍ନ ଧାରା ଲଗାଯାଇଛି। ଇଡିର ସୂଚନା ଆଧାରରେ ଏହି ମାମଲା ରୁଜୁ କରାଯାଇଛି।

riya-sushant

ରିପୋର୍ଟ ମୁତାବକ ଏନ୍‌ସିବି ଦିଲ୍ଲୀର ଟିମ୍‌ ମୁମ୍ବାଇ ପହଞ୍ଚିବା ପରେ କେସ୍‌ ସହ ଜଡ଼ିତ ସମସ୍ତ ଲୋକଙ୍କୁ ସମନ ପଠାଇବ। ଏହି ସମନ ୬୭ ଏନ୍‌ଡିପିଏସ୍‌ ଆକ୍ଟ ଅନୁସାରେ ପଠାଯିବ। ପରେ ରିୟାଙ୍କୁ ହ୍ଵାଟ୍ସଆପ୍‌ ଚାଟ୍‌ ବିଷୟରେ ପଚରାଯିବ। ଏଥିସହ ଡ୍ରଗ୍‌ସ ଡିଲରମାନଙ୍କ ବିଷୟରେ ପ୍ରଶ୍ନ ପଚରାଯିବ। ସୂଚନାନୁଯାୟୀ ଏନ୍‌ସିବି ପ୍ରଥମ ସମନ ରିୟା ଚକ୍ରବର୍ତ୍ତୀଙ୍କୁ ପଠାଇପାରେ।

riya

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ଲୋକମାନେ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସନ୍ଦେହ କରୁଛନ୍ତି। ଆଉ କେହି କେହି ସୁଶାନ୍ତ ଡିପ୍ରେସନ୍‌ରେ ଥିବା କହିଛନ୍ତି। ଆଉ କିଛି ଲୋକ ଏଥିପାଇଁ ନେପୋଟିଜମ୍‌କୁ ମଧ୍ୟ ଦାୟୀ କରିଛନ୍ତି। ମାତ୍ର ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବା ପରେ ନୂଆ ନୂଆ କଥା ଖୁଲାସା ହେଉଛି। ଏଣୁ ଖୁବ୍‌ଶୀଘ୍ର ସତ ପଦାକୁ ଆସିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.