ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଇଥିବା ସୁନା ଦାମ ଆଜି ପୁଣି ବଢିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୩୯୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩,୬୭୦ ଟଙ୍କା ଓ ୪୯,୨୦୦ ଟଙ୍କା ଛୁଇଁଛି।

gold

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ୫୧,୪୧୦ ଟଙ୍କା ଓ ୫୦,୪୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୪,୩୯୦ ଟଙ୍କା ଓ ୪୯,୮୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୩,୬୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୪୯,୨୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୨,୮୮୦ ଟଙ୍କା ଓ ୫୦,୧୮୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୭,୫୩୦ ଟଙ୍କା ପହଁଚିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.