ହତ୍ୟାକାରୀକୁ ଧରାଇଲା ଛେଳି, ଖୋଲିଦେଲା ବୃଦ୍ଧାଙ୍କ ମୃତ୍ୟୁ ରହସ୍ୟ

ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଜଣେ 60 ବର୍ଷ ବୟସ୍କା ମହିଳାଙ୍କୁ ଘର ଭିତରେ ତୀକ୍ଷ୍ଣ ଅସ୍ତ୍ରରେ ବେକ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡର ରହସ୍ୟ ସମାଧାନ ପାଇଁ ପୋଲିସ ନିରନ୍ତର ତଦନ୍ତ କରୁଥିଲା କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ଗୃହପାଳିତ ଛେଳି ପୋଲିସକୁ ହତ୍ୟାକାରୀ ପାଖରେ ପହଞ୍ଚାଇଛି ।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳାଙ୍କୁ ହତ୍ୟା କରାଯିବା ଦିନଠାରୁ ତାଙ୍କ ପୋଷା ଛେଳି ନିଖୋଜ ଥିଲା । ଗଭୀର ଯାଞ୍ଚ କରି ପୋଲିସ ଛେଳି ପାଖରେ ପହଞ୍ଚି ହତ୍ୟାକାରୀଙ୍କଠାରୁ ଛେଳି ଉଦ୍ଧାର କରିଥିଲା । ତଦନ୍ତରୁ ଜଣାପଡିଛି ଯେ ମହିଳାଙ୍କ ହତ୍ୟାକାରୀ ହେଉଛନ୍ତି ତାଙ୍କର ନିଜ ପୁତୁରା ।

The goat opened the secret of killing the old man, brought the murderer behind bars

ସୂଚନା ଅନୁଯାୟୀ ଅଭିଯୁକ୍ତ ପୁତୁରା ତାର ପିଉସୀଙ୍କୁ ମଦ୍ୟପାନ କରିବାକୁ ଟଙ୍କା ମାଗିଥିଲେ। କିନ୍ତୁ ଯେତେବେଳେ ପିଉସୀ ତାଙ୍କୁ ଟଙ୍କା ଦେବାକୁ ମନା କରିଦେଲେ । ସେତେବେଳେ ସେ ରାଗିଯାଇ ନିଜ ପିଉସୀଙ୍କ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଗଳା କାଟି ହତ୍ୟା କରିଥିଲେ । କେବଳ ଏତିକି ନୁହେଁ, ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଅଭିଯୁକ୍ତ ଛେଳି ଚୋରି ମାମଲା ରୁଜୁ କରିଥିଲେ ।

ପୋଲିସର ସୂଚନାନୁସାରେ, ମହିଳାଙ୍କୁ 60 ବର୍ଷ ବୟସ ହୋଇଥିଲା । ତେବେ ଅଭିଯୁକ୍ତ ପୁତୁରା ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ସେ କହିଥିଲେ ଯେ ‘ସେ ତାଙ୍କ ପିଉସୀଙ୍କୁ ହତ୍ୟା କରି ଟଙ୍କା ପାଇଁ ଛେଳିକୁ ଗାୟବ କରିଥିଲେ’। ହମିରପୁରର ଅତିରିକ୍ତ ଏସପି ସନ୍ତୋଷ କୁମାର ସିଂଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିବା ବେଳେ ପିଉସୀ ଘରେ ଏକୁଟିଆ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ହତ୍ୟାକାରୀକୁ ଖୋଜିବା ଆରମ୍ଭ କରିଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.