ବ୍ୟାଙ୍କ କର୍ମଚାରୀଙ୍କୁ ମେସେଜ୍‌ କରିଥିଲେ ସୁଶାନ୍ତ, ଖାତାରେ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ବଦଳାଇବାକୁ କରିଥିଲେ ଅନୁରୋଧ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏବେ ସିବିଆଇ, ଇଡି ଓ ଏନ୍‌ସିବି ଯାଞ୍ଚ ଚଳାଇଛନ୍ତି। ଇତି ମଧ୍ୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ କରି ସୁଶାନ୍ତଙ୍କ ଭଉଣୀଙ୍କର ମଧ୍ୟ ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ଭିନ୍ନ ଭିନ୍ନ ଦାବି କରାଯାଇଛି। ତେବେ ଆଉ ଏକ ହ୍ଵାଟ୍ସଆପ୍‌ ଚାଟ୍‌ରୁ ଖୁଲାସା ହୋଇଛି ଯେ ସୁଶାନ୍ତ ମୋବାଇଲ ନମ୍ବର ବଦଳାଇବାକୁ ବ୍ୟାଙ୍କ କର୍ମଚାରୀଙ୍କ ସହ କଥା ହେଉଥିଲେ।

sushant-singh-rajput

ରିପୋର୍ଟ ମୁତାବକ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବାନ୍ଦ୍ରାସ୍ଥିତ କୋଟାକ୍‌ ମହିନ୍ଦ୍ରାରେ ଅଛି। ୨୦ ମେ’ ୨୦୨୦ରେ ସୁଶାନ୍ତ ବ୍ୟାଙ୍କର ରିଲେସନ୍‌ସିପ୍‌ ମ୍ୟାନେଜର ହର୍ଷ ପଟେଲଙ୍କୁ ଏକ ମେସେଜ୍‌ ପଠାଇଥିଲେ। ସେଥିରେ ସେ ନିଜ ଖାତା ସହ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ବଦଳାଇବାକୁ କହିଥିଲେ। ମେସେଜ୍‌ରେ ସୁଶାନ୍ତ ଲେଖିଥିଲେ ‘ମୁଁ ଯେଉଁ ନମ୍ବରରୁ ମେସେଜ୍‌ କରୁଛି ସେହି ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ କରିଦିଅନ୍ତୁ’।

ହର୍ଷ ପଟେଲ ସୁଶାନ୍ତଙ୍କୁ ଏକ ଫର୍ମ ପୂରଣ କରିବାକୁ କହିଥିଲେ। ଫର୍ମ ପଠାଇବା ପାଇଁ ସେ ଇମେଲ ଆଇଡି ମାଗିବାରୁ ସୁଶାନ୍ତ ନିଜ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କ ଇମେଲ ଆଇଡି ଦେଇଥିଲେ। ପାଟନା ପୋଲିସର ଟିମ୍‌ ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବେଳେ ହର୍ଷ ପଟେଲଙ୍କୁ ଭେଟିଥିଲେ। ସେତେବେଳେ ସେ ତାଙ୍କ ବୟାନ ରେକର୍ଡ କରିଥିଲେ। ତେବେ ଏହି ମେସେଜ୍‌ ସୁଶାନ୍ତ କରିଥିଲେ କି ସୁଶାନ୍ତଙ୍କ ନାଁରେ ଆଉ କିଏ କରିଥିଲେ ସେ ନେଇ ତଦନ୍ତ ପରେ ଜଣାପଡ଼ିବ।

Leave A Reply

Your email address will not be published.