Below header

ନବାବଙ୍କ ଅଜବ ସଉକ, ନିଜ ପସନ୍ଦର କୁକୁରର ବିବାହରେ ଖର୍ଚ୍ଚ କରିଥିଲେ ୯ ଲକ୍ଷ ଟଙ୍କା ! ଭୋଜି ଖାଇଥିଲେ ଦେଢ଼ ଲକ୍ଷ ଅତିଥି

୧୫ ଅଗଷ୍ଟ, ୧୯୪୭ରେ ଯେତେବେଳେ ଦେଶ ସ୍ଵାଧୀନ ହୋଇଥିଲା, ସେତେବେଳେ ସବୁଆଡ଼େ ଖୁସିର ଲହରୀ ଥିଲା। ଲୋକେ ନାଚ, ଗୀତ କରୁଥିଲେ। ଉତ୍ସବ ମନାଉଥିଲେ। କିନ୍ତୁ ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଏକ ଚ୍ୟାଲେଞ୍ଜ ଥିଲା। ତାହା ହେଉଛି, ଭାରତରେ ସ୍ୱଦେଶୀ ବସତି ସ୍ଥାପନ। ସେତେବେଳେ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଥିଲେ ସର୍ଦାର ବଲ୍ଲଭଭାଇ ପଟେଲ। ତେଣୁ ତାଙ୍କ କାନ୍ଧ ଉପରେ ଛୋଟ ବଡ଼ ମୋଟ ୫୬୫ ରାଜୋଚିତ ରାଜ୍ୟକୁ ଭାରତରେ ମିଶାଇବାର ଦାୟିତ୍ୱ ରହିଥିଲା। ସର୍ଦାର ପଟେଲ ନିଜ ସଚିବ ବିପି ମେନନଙ୍କ ସହିତ ଏହି କାମରେ ଲାଗିଗଲେ।

ନବାଵ ଭାରତରେ ମିଶିବାକୁ ମନା କରିଦେଲେ: ବିପି ମେନନ ଜଣେ ଟାଣୁଆ ଅଫିସର ଭାବେ ଗଣାଯାଉଥିଲେ। ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ଅଧିକ ରାଜ୍ୟ ଭାରତରେ ମିଶିବା କଥାକୁ ସ୍ୱୀକାର କରିନେଇଥିଲେ। କିନ୍ତୁ ୩ ରାଜୋଚିତ ରାଜ୍ୟର ପ୍ରମୁଖ ମନା କରିଦେଇଥିଲେ। ବିଖ୍ୟାତ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ମୁତାବକ, କଶ୍ମୀର, ହାଇଦ୍ରାବାଦ ଓ ଜୁନାଗଡ଼ ଏଥିରେ ସାମିଲ ଥିଲେ। ଏହି ରାଜୋଚିତ ରାଜ୍ୟର ପ୍ରମୁଖମାନେ ଜିଦଖୋର ପ୍ରକୃତିର ଥିଲେ। ଜୁନାଗଡ଼ର ନବାବ ମହମ୍ମଦ ମହାବତ ଖାନଜି ତୃତୀୟ ଭାରତରେ ମିଶିବାକୁ ସଫା ସଫା ମନା କରିଦେଇଥିଲେ।

dog

କୁକୁର ପାଳିବାର ସୌଖୀନ ଥିଲେ ନବାବ:

ଜୁନାଗଡ଼ର ନବାବ ମହମ୍ମଦ ମହାବତ କୁକୁର ପାଳିବାର ସଉକ ରଖିଥିଲେ। ତାଙ୍କ ପସନ୍ଦର କୁକୁରମାନେ ଯେଉଁଠି ରହୁଥିଲେ, ସେଠି ବିଦ୍ୟୁତ ଏବଂ ଫୋନର ସୁବିଧା ଥିଲା। ଏହାସହିତ ୨୪ ଘଣ୍ଟା ଚାକରମାନେ ମଧ୍ୟ ଉପସ୍ଥିତ ରହୁଥିଲେ। ଯଦି କେଉଁ କୁକୁର ମରିଯାଉଥିଲା, ତେବେ ତାକୁ ପୁରା ନୀତି ନିୟମର ସହ କବରସ୍ଥାନରେ ପୋତି ଦିଆଯାଉଥିଲା। ଶବ ଯାତ୍ରା ସମୟରେ ଶୋକ ସଙ୍ଗୀତ ମଧ୍ୟ ବାଜୁଥିଲା ଏବଂ ଧଳା ମାର୍ବଲ ପଥରରେ କବର ତିଆରି କରାଯାଉଥିଲା।

କୁକୁରର ବିବାହରେ ଦେଢ଼ ଲକ୍ଷ ଅତିଥି ଖାଇଥିଲେ ନୈଶ୍ୟ ଭୋଜି:

ବିଖ୍ୟାତ ଐତିହାସିକ ଡୋମିନିକ ଲୋପିୟର ଓ ଲୋରୀ କାଲିନ୍ସ ନିଜ ପୁସ୍ତକ ‘Freedom at midnight’ ରେ ମହାବତ ଖାନଙ୍କ ଏହି ସଉକ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନେ ଲେଖିଛନ୍ତି, ଥରେ ମହାବତ ଖାନ ଏକ କୁକୁରର ବିବାହ ବଡ଼ ଧୁମଧାମରେ କରିଥିଲେ। ଏହି ବିବାହ ପାଇଁ ଭାରତର ବଡ଼ ବଡ଼ ରାଜା ମହାରାଜା, ଅମିର ଲୋକଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଥିଲା। କିନ୍ତୁ ସମସ୍ତେ ଆସିବା ପାଇଁ ମନା କରିଦେଇଥିଲେ। ତେବେ ଲୋପିୟର ଓ ଲୋରୀ କାଲିନ୍ସଙ୍କ କହିବା ମୁତାବକ, ଏହି ବିବାହରେ ପାଖାପାଖି ଦେଢ଼ ଲକ୍ଷ ଲୋକ ସାମିଲ ହୋଇଥିଲେ।

photo

ଖର୍ଚ୍ଚ ହୋଇଥିଲା ୯ ଲକ୍ଷ ଟଙ୍କା:

ଐତିହାସିକଙ୍କ ମୁତାବକ, ସେତେବେଳେ ଜୁନାଗଡ଼ର ଏହି ନବାବ କୁକୁର ବିବାହରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥିଲେ, ଯାହାକି ସେତେବେଳେ ରାଜ୍ୟର ପାଖାପାଖି ୧୨,୦୦୦ ଲୋକଙ୍କ ବର୍ଷ ଯାକର ଆବଶ୍ୟକତା ପୂରଣ କରିପାରିଥାନ୍ତା। ତେବେ ଶେଷରେ ଜୁନାଗଡ଼ରେ ଜନମତ ସଂଗ୍ରହ ହୋଇଥିଲା ଏବଂ ସେଠାକାର ଲୋକେ ଭାରତ ସହିତ ରହିବା ପାଇଁ ରାଜି ହୋଇଥିଲେ। ପରେ ମହାବତ ଖାନ ପାକିସ୍ତାନ ପଳାଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.