ଆଜିଠାରୁ ବିମାନ ଯାତ୍ରା ହେଲା ମହଙ୍ଗା, ପଢ଼ନ୍ତୁ ଏବେ ଆପଣଙ୍କୁ ଦେବାକୁ ପଡିବ କେତେ ଟଙ୍କା

ଆଜି ଠାରୁ ବିମାନ ଯାତ୍ରା ମହଙ୍ଗା ହୋଇଛି। ବିମାନ ମନ୍ତ୍ରାଳୟ ବା ଏଏସଏଫ ୧୦ ଟଙ୍କା ବୃଦ୍ଧି କରିଛି। ଏହି ଶୁଳ୍କ ଆଜି ଠାରୁ ଘରୋଇ ଏବଂ ଆନ୍ତର୍ଜାତିୟ ଯାତ୍ରୀଙ୍କ ଠାରୁ ନିଆଯିବ। ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଉପରେ ଏଏସଏଫ ଅଲଗା ଅଲଗା ହୋଇଥାଏ।

କେତେ ଟଙ୍କା ମହଙ୍ଗା ହେଲା ବିମାନ ଯାତ୍ରା

ଏଏସଏଫ ବିମାନ ମନ୍ତ୍ରାଳୟ ଘରୋଇ ଯାତ୍ରୀଙ୍କ ଠାରୁ ବର୍ତ୍ତମାନ ୧୫୦ ଟଙ୍କା ଆଦାୟ କରାଯାଉଥିଲା କିନ୍ତୁ ଆଜି ଠାରୁ ୧୬୦ ଟଙ୍କା ଦେବାକୁ ପଡିବ। ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଠାରୁ ପୂର୍ବରୁ ୪.୮୫ ଡଲାର ନିଆଯାଉଥିଲା, କିନ୍ତୁ ଏବେ ୫.୨ ଡଲାର ବସୁଲ କରାଯିବ। ଏହି ଫିସରେ ଅଲଗା ଅଲଗା ଏୟାରଲାଇନ୍ସ ଗାଇଡଲାଇନ ଏବଂ ବିମାନ ସଂଖ୍ୟା ଆଧାରରେ ଦୁଇ ରୁ ତିନି ଟଙ୍କା ଭିତରେ ହୋଇପାରେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ ଆପଣ ଟିକେଟ ବୁକିଙ୍ଗ୍‌ କରୁଛନ୍ତି ସେତେବେଳେ ଏୟାରଲାଇନ୍ସ ଆପଣଙ୍କ ଠାରୁ ଏଏସଏଫ ଚାର୍ଜ ନେଇଥାଏ ଏବଂ ସରକାରଙ୍କୁ ଜମା କରିଥାଏ। ଏଏସଏଫ କିମ୍ବା ପିଏସଏଫ ପାସେଞ୍ଜର ସିକ୍ୟୁରିଟୀ ଫିସ୍‌ ଏବଂ ଅତିରିକ୍ତ ଶୁଳ୍କ ରହିଛି ଯାହା ଯାତ୍ରୀଙ୍କ ଠାରୁ ଏଭିଏସନ ସିକ୍ୟୁରିଟୀ ବସୁଲ କରାଯାଏ। ଏୟାର ଟିକେଟ ବ୍ୟତୀତ ଯାତ୍ରୀଙ୍କୁ ଏହା ଭରିବାକୁ ପଡିବ। କରୋନା ମହାମାରୀ କାରଣରୁ ୨୩ ମାର୍ଚ୍ଚ ଠାରୁ ଦେଶରେ ଏୟାରଲାଇନ୍ସ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ବି ଏହା ପୂରା କ୍ଷମତା ସହିତ ଚାଲୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.