Below header

ପାଣିରେ ବୁଡାଇ ଦିଆ ଯାଇଥିଲା ଏହି ଭୂତିଆ ଗାଁ, ୨୬ ବର୍ଷ ପରେ ପୁଣିଥରେ କରାଗଲା ହ୍ରଦରୁ ବାହାର

ଯୁଗ ଯେତେ ମଡର୍ନ ହେଲେ ମଧ୍ୟ ଭୂତ , ପ୍ରେତ ,ଡାହାଣି ,ଚିରୁଗୁଣି ଇତ୍ୟାଦିରେ ଲୋକେ ଆଜି ବି ବିଶ୍ୱାସ କରୁଛନ୍ତି ବିଶେଷ କରି ଗାଁ ଗହଳିରେ ରହୁଥିବା ଲୋକମାନେ ଏହି ପ୍ରକାର କଥାରେ ଅଧିକ ବିଶ୍ୱାସ ରଖିଥାନ୍ତି । ଆଜି ଆମେ ଆପଣଙ୍କୁ ଇଟାଲିର ସେହିଭଳି ଏକ ଗ୍ରାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଲୋକେ ଭୁତ ଗାଁ ବୋଲି କୁହନ୍ତି । ଇଟାଲିରେ ଥିବା ଏହି ମଧ୍ୟଯୁଗୀୟ ଗାଁ ବହୁ ବର୍ଷ ପୂର୍ବେ ଏକ ହ୍ରଦ ତଳେ ଚାପି ହୋଇ ରହିଥିଲା , କିନ୍ତୁ ତାହା ବର୍ତ୍ତମାନ ପୁର୍ନଜୀବିତ ହୋଇ ଯାଇଛି ।

ଲାହୋରର ଏକ ସମୁହ ଏହି ଇତାଲବି ଗାଁ ‘ଫ୍ରେବିଶ ଡି କେରିନ’ର ସ୍ଥାପନା କରିଥିଲେ ଓ ପରେ ଏହା ଲୁହା ଉତ୍ପାଦନରେ ପ୍ରସିଦ୍ଧ ଲାଭ କରିଥିଲା । ୧୯୪୭ ମସିହାରେ ସେହି ଗାଁରେ ଏକ ହାଇଡ୍ରୋଇଲେକ୍ଟ୍ରିକ ଡ୍ୟାମ ତିଆରି କରାଯାଇଥିଲା ଓ ଗ୍ରାମବାସୀଙ୍କୁ ସେଠାକାର ପାଖ ଗାଁ ବାଗଲି ଡି ସିଟିକୁ ସ୍ଥାନାନ୍ତରିତ କରାଗଲା । ଏହା ପରେ କୃତ୍ରିମ ଉପାୟରେ ତିଆରି ହୋଇଥିବା ବଗଲି ନାମକ ଏକ ହ୍ରଦ ତଳେ ଏହି ସୁନ୍ଦର ଗ୍ରାମ ସବୁଦିନ ପାଁ ଲୁପ୍ତ ହୋଇଯାଥିଲା । ତେବେ ଏତେ ବର୍ଷ ପାଣି ତଳେ ବୁଡି ମଧ୍ୟ ଏହି ଗାଁର କୋଠା ,ଶ୍ମଶାନ, ପୁଲ ଏବଂ ଚର୍ଚ୍ଚ ଇତ୍ୟାଦି ସବୁ ପୂର୍ବ ଭଳି ମଜବୁତ ହୋଇ ରହିଛି , ତାହାର କୌଣସି ପ୍ରକାର କ୍ଷତି ହୋଇନାହିଁ । ଲୋକଙ୍କ ବିଶ୍ୱାସ ରହିଛି ଯେ ଏହି ଗାଁରେ ଭୁତ ପ୍ରେତଙ୍କର ନିବାସ ରହିଥିବାରୁ ଏହାକୁ ହ୍ରଦ ବନାଇ ବୁଡାଇ ଦିଆଗଲା ।

italy : Standard Entertainment - Entertainment News in Kenya

ଏହି ବନ୍ଧ ର୍ନିମାଣ ହେଲା ପର ଠାରୁ ଏହାକୁ ମାତ୍ର ଚାରି ଥର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଖାଲି କରାଯାଇଥିଲା । ୧୯୯୪ ମସିହାରେ ଶେଷ ଥର ପାଇଁ ଏହି ଗାଁକୁ ସଫା କରାଯାଇଥିଲା ଓ ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକ ଆସିଥିଲେ । ସେହି ସମୟରେ ଉଠା ଯାଇଥିବା ଫଟୋରେ ଭୁତ ଗାଁର ସମସ୍ତ କାନ୍ଥ ଏବେ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିବାର ସମ୍ପୂର୍ଣ୍ଣ ଭାବରେ ଦେଖାଯାଉଛି ।

ତେବେ ବଗଲି ଦି ସିତୋର ପୂର୍ବତନ ମେୟରଙ୍କ ଝିଅ ଲୋରେଞା ଗିୟୋଗା ଆଗାମୀ ବର୍ଷରେ ଏହି ହ୍ରଦକୁ ଖାଲି କରାଯିବ ବୋଲି ନିଜର ଏକ ଫେସବୁକ ପୋଷ୍ଟରେ ଦାବି କରିଛନ୍ତି । ସେ ଲେଖିଛନ୍ତି ଯେ ଶେଷ ଥର ପାଇଁ ତାଙ୍କ ବାପାଙ୍କ ସମୟରେ ଅର୍ଥାତ ୧୯୯୪ ମସିହାରେ ଏହାକୁ ଖାଲି କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ପୁଣିଥରେ ଏହି ହ୍ରଦକୁ ସମ୍ପୂର୍ଣ୍ଣ ରୂପରେ ଖାଲି କରିଦିଆଯିବ । ତେବେ ଆଗକୁ ସୋସିଆଲ ନେଟଓ୍ଵର୍କିଙ୍ଗ ସାହଯ୍ୟରେ ଏହାର ସଫଳତା ହାସଲ କରିବୁ ବୋଲି ସେ ଆଶା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.