LAC ସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରୀ ବୈଠକ

LAC ସ୍ଥିତିକୁ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜରୁରୀ ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଏଲଏସି ସ୍ଥିତି ସହ ଆଗାମୀ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି । ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ଥିତିର ସମୀକ୍ଷା କରିବେ । ଗତ ୩୦ ଓ ୩୧ ତାରିଖ ରାତିରେ ଲଗାତର ଲଦାଖର ପାଙ୍ଗୋଙ୍ଗ ସୋ’ ଲେକ୍‌ ଅଞ୍ଚଳରେ ଚୀନ୍‌ ସେନାର ୨୦୦ ଯବାନ ଓ ଟ୍ୟାଙ୍କ ପ୍ରବେଶ କରିବା ନେଇ ଉଦ୍ୟମ କରିଥିଲେ ।

lac

ଯାହାର କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଯାହାକୁ ନେଇ ସୀମାରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଚୀନ ପ୍ରତିରକ୍ଷା ମନ୍ତ୍ରୀ ଓ୍ଵାଙ୍ଗ୍‌ ଓ୍ଵି କହିଛନ୍ତିକି, ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ଯାହା ଫଳରେ ବାରମ୍ବାର ସୀମାରେ ବିବାଦ ଦେଖାଦେଉଛି । ଆମେ ବି ସୀମାରେ ସ୍ଥିରତା ଚାହୁଁଛୁ । ଏହାସହ ସେ କହିଛନ୍ତି, ସୀମା ବିବାଦ ସମାଧାନ ପାଇଁ ଚୀନ ସବୁ ପ୍ରକାର କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛି ।

Leave A Reply

Your email address will not be published.