ୱିପ୍ରୋ, BI ଭଳି କମ୍ପାନୀରୁ ଚାକିରୀ ଛାଡି ହୋଇଗଲେ ଚା’ ଵାଲା, ତାଙ୍କ କାହାଣୀର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ

ଆଜିକାଲି ସୋସିଆଲ ମିଡିଆରେ ଜଣେ “ଇଂଜିନିୟର ଚା ବିକାଳୀ” ବହୁତ ଚର୍ଚ୍ଚାରେ ଅଛନ୍ତି । ଯାହାଙ୍କର ଫଟୋ ଆଇଏଏସ ଅବନିଶ ଶରଣ ଟ୍ୱିଟ କରି ସେୟାର କରିଛନ୍ତି । ଏହି ଫଟୋରେ ଜଣେ ଇଂଜିନିୟର ଚା ବିକାଳୀ ହେବାର କାହାଣୀ ରହିଛି । ତେବେ ଏହି ଯୁବକଙ୍କ କାହାଣୀ ଅନେକ ଲୋକଙ୍କୁ ପ୍ରଭାବିତ କରିଛି ଏବଂ ସେ ଦୁନିଆକୁ ଶିକ୍ଷା ଦେଇଛନ୍ତି ଯେ କୌଣସି କାମ ଛୋଟ କିମ୍ବା ବଡ଼ ହୋଇନଥାଏ ବାସ ସେଥିରେ ଆତ୍ମସନ୍ତୋଷ ମିଳିବା ଦରକାର । ଅବନିଶ ଏହାକୁ ସେୟାର କରିବା ସହ ଲେଖିଛନ୍ତି ଯେ “ଆଜିର ସମୟରେ ଏତେ ସଚ୍ଚୋଟତା କେଉଁଠି ଦେଖିବାକୁ ମିଳୁଛି ? ସେ ସବୁକିଛି ସଫା ସଫା କହି ଦେଇଛନ୍ତି । ଇଂଜିନିୟର ଚା’ ବିକାଳୀ ସେ ପୁଣି ଜବ ସାଟିସଫେକ୍ସନ ସହିତ ” । ଯାହାକୁ ଲୋକମାନେ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି । ଆଜ୍ଞା ହଁ ଯଦି ଆପଣ ବି ଏହି ଇଂଜିନିୟର ଚା ବିକାଳୀଙ୍କ କାହାଣୀ ଶୁଣିବେ ତାହେଲେ ଆପଣ ବି ମୁଗ୍ଧ ହୋଇଯିବେ । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ଏହି ଇଂଜିନିୟର ଚା ବିକାଳୀଙ୍କ କାହାଣୀ ।


ଏହି ଇଂଜିନିୟର ଚା ବିକାଳୀଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟକ ଅଟେ । ଏହି ଚା ବିକାଳୀ ଜଣକ ନିଜ ଷ୍ଟଲରେ ଲେଖିଛନ୍ତି ” ମୁଁ ଜଣେ ସଫ୍ଟୱେୟାର ଇଂଜିନିୟର । ମୁଁ ୱିପ୍ରୋ, ବିଜନେସ ଇଣ୍ଟେଲିଜେନ୍ସ ଭଳି ବଡ଼ ବଡ କମ୍ପାନୀରେ କାମ କରି ସାରିଛି । ସେଠାରେ ପଇସା ତ ମିଳୁଥିଲା ଆତ୍ମସନ୍ତୋଷ ନୁହେଁ । ମୁଁ ସବୁବେଳେ ଗୋଟେ ବିଜନେସ କରିବାକୁ ଚାଁହୁଥିଲି । ପ୍ରତିଦିନ ମୋ ଟେବୁଲକୁ ଚା ଆସୁଥିଲା ସତ କିନ୍ତୁ କେବେ ବି ମୋତେ ଗୋଟେ ଭଲ ଚା ମିଳୁନଥିଲା । ମୁଁ ସର୍ବଦା ଚା’ର ସୌଖିନ ହୋଇ ରହିଆସିଛି ସେଥିପାଇଁ ମୁଁ ସବୁବେଳେ ଚାଁହୁଥିଲି ଯେ ଗୋଟେ ବହୁତ ଭଲ ଚା ପିଇବାକୁ ମିଳୁ । ସେଥିପାଇଁ ମୁଁ ଚା’ରୁ ହିଁ ନିଜର ଛୋଟ ବିଜନେସ ଆରମ୍ଭ କଲି ଆଉ ମୁଁ ହେଇଗଲି “ଇଂଜିନିୟର ଚା ବିକାଳୀ” ।

Leave A Reply

Your email address will not be published.