ଆଜି ବିଶ୍ୱ ନାରିକେଳ ଦିବସ, ଜାଣନ୍ତୁ ଆମ ଶରୀର ପାଇଁ ନଡ଼ିଆ କେତେ ଦରକାରୀ

ଆଜି ବିଶ୍ୱ ନଡ଼ିଆ ଦିବସ। ସାରା ବିଶ୍ୱରେ ସେପ୍ଟେମ୍ବର ୨ ତାରିଖକୁ ନଡ଼ିଆ ଦିବସ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ନଡ଼ିଆ ଚାଷ ପ୍ରତି କୃଷକଙ୍କ ଆଗ୍ରହ ବଢ଼ାଇବା ଲାଗି ଏ ଅବସରରେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଏ। ନଡ଼ିଆ ଏକ ଏଭଳି ଗଛ ଯାହାର ପ୍ରତ୍ୟେକ ଅଂଶ କାମରେ ଲାଗିଥାଏ। ନଡ଼ିଆ ଫଳଠୁ ଆରମ୍ଭ କରି ନଡ଼ିଆ ପାଣି, ବରଡ଼ା,ଗଣ୍ଡି ଚେର ସମସ୍ତ ଅଂଶ କାମରେ ଆସିଥାଏ। ଏଣୁ ନଡ଼ିଆକୁ ଏକ ଦରକାରୀ ଗଛ ବୋଲି କୁହାଯାଏ।

coconut

ହିନ୍ଦୁ ଧର୍ମ ଓ ସଂସ୍କୃତି ସହ ମଧ୍ୟ ନଡ଼ିଆ ଓତଃପ୍ରୋତ ଭାବେ ଜଡ଼ିତ। ହିନ୍ଦୁ ଶାସ୍ତ୍ରରେ ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଏ। ଏଣୁ ସବୁ ପୂଜା ଉତ୍ସବ ତଥା ଶୁଭ କାମରେ ନଡ଼ିଆ ବସାଯାଏ। କଳସରେ ମଧ୍ୟ ଶୁଭର ପ୍ରତୀକ ସ୍ୱରୂପ ନଡ଼ିଆ ବ୍ୟବହାର କରାଯାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରସାଦ ଭାବେ ନଡ଼ିଆରେ ବ୍ୟଞ୍ଜନ ତିଆରି କରାଯାଏ।

ଆମ ଶରୀର ପାଇଁ ମଧ୍ୟ ନଡ଼ିଆ ବେଶ୍‌ ଉପକାରୀ। ନଡ଼ିଆରେ ପ୍ରଚୁର ପରିମାଣରେ ଭିଟାମିନ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଫାଇବର ସହ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ପ୍ରତିଦିନ ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ୍‌ ରହିଥାଏ। ଏଥିସହ ରକ୍ତଚାପ, ଓଜନ, ଡାଇବେଟିସ୍‌ ଆଦି ନିୟନ୍ତ୍ରଣରେ ରହେ।

Leave A Reply

Your email address will not be published.