ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ଗତକାଲି ଗିରଫ କରିଛି । ତେବେ ରିୟା ଚକ୍ରବର୍ତ୍ତୀ ଏନସିବି କାର୍ଯ୍ୟାଳୟକୁ ଯିବା ସମୟର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ମଧ୍ୟ ଲାଗିଛି । ଏହି ଭାଇରଲ ପଛରେ ମଧ୍ୟ ରହିଛି ଏକ କାରଣ । ସେହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଟି-ସାର୍ଟରେ ଲେଖାଯାଇଥିବା କିଛି ଶବ୍ଦ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଉ ସେଥିପାଇଁ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ।
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ଯେଉଁଥିରେ ଲେଖାଥିଲା ”Roses are red, violet are blue, let’s demolish patriarchy, I and you” । ଏହିପରି ଲେଖାଥିବା ରିୟା ଚକ୍ରବର୍ତ୍ତୀଙ୍କ ଟି-ସାର୍ଟ ବହୁତ କିଛି କହିଯାଉଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକେ ଏବେ ବହୁତ ଚର୍ଚ୍ଚା କରୁଛନ୍ତି ।
ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି NCB । ଏଥିସହ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀକୁ ମଧ୍ୟ ଗିରଫ କରାଯାଇଛି । 14 ଜୁନରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ହୋଇଥିଲା । ସେବେଠାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ଅନେକ ଯାଞ୍ଚ ଏଜେନ୍ସି ଜେରା କରୁଛନ୍ତି ।