କେନ୍ଦୁଝର ଜିଲ୍ଲାରେ ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଢୁଛି ଅସନ୍ତୋଷ

କେନ୍ଦୁଝର: ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତରୁ ଆସିଛି ଅଭିଯୋଗ । ଚକ୍ରଧରପୁର ଠାରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଚତୁର୍ଥ ଅର୍ଥ କମିଶନ ନାମରେ ରାଜସ୍ୱର ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଉନ୍ନତିକରଣର କାର୍ଯ୍ୟାଦେଶ ହୋଇଥିଲା । ହେଲେ ସେଥିରୁ ଆବଶ୍ୟକତା ଠାରୁ କମ କାମ କରି ଅନୁଦାନର ସିଂହରାଶି ଭାଗକୁ ହରିଲୁଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

୨୦୧୬-୧୭ ମସିହାରେ ଉନ୍ନତିକରଣର ଅନୁଦାନର ଉକ୍ତ ପୋଖରୀ ନାମରେ ଏନଆରଜିଏସରୁ ୨ ଲକ୍ଷ ୪୦ ହଜାର ଟଙ୍କାର ଉନ୍ନତିକରଣ କରାଯାଇଥିଲା । ପୁଣି ଚଳିତବର୍ଷ ଆଦର୍ଶ ପୋଖରୀ ନାମରେ ରାଜସ୍ୱରୁ ୧୦ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରି ଅଳ୍ପ କିଛି କାମ କରି ବାକି ଟଙ୍କା ହରିଲୁଟ କରିଥିବାର ତଥ୍ୟ ଏବେ ପଦାକୁ ଆସିଛି । ଯାହାକୁ ନେଇ ବଢ଼ୁଛି ଅସନ୍ତୋଷ । ତେବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.