ଭୁବନେଶ୍ୱର: ଆଜି ରାଜଧନୀ ଭୁବନେଶ୍ୱରରୁ ୪୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪୪୯୨ କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ ଏ ମଧ୍ୟରୁ କେଶ ରହିଛି ୫୦୭୭ । ଯେବେକି ବର୍ତ୍ତମାନ ସୁଦ୍ଧା ୯୩୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏଯାବତ ୫୨ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୯୧ ଜଣ ପୂର୍ବରୁ କ୍ଵାରେଣ୍ଟୀନ ସେଣ୍ଟରରେ ଥିବା ବେଳେ ୨୩୬ ଜଣ ଲୋକାଲ କଣ୍ଟାକଟରୁ ସଂକ୍ରମିତ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 9th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/rmHWTnwFUf— BMC (@bmcbbsr) September 9, 2020
ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୧୯୧ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ସେପଟେ ପଜିଟିଭ କେଶ ସହ ସହରରେ ବଢିଚାଲିଛି ସୁସ୍ଥତା ହାର । ଗତ ୨୪ ଘଣ୍ଟା ଭିତରେ ୪୦୧ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ ସମୟରେ ସହରରୁ ୩୭୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୬୧୫ ଜଣ ।