Below header

ରାଜଧାନୀରେ ୨୪ ଘଣ୍ଟାରେ ୪୨୭ ପଜିଟିଭ କେସ, ୧୫ ହଜାର ପାଖାପାଖି ମୋଟ ସଂଖ୍ୟା

 ଭୁବନେଶ୍ୱର:  ଆଜି ରାଜଧନୀ ଭୁବନେଶ୍ୱରରୁ ୪୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪୪୯୨ କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ ଏ ମଧ୍ୟରୁ କେଶ ରହିଛି ୫୦୭୭ । ଯେବେକି ବର୍ତ୍ତମାନ ସୁଦ୍ଧା ୯୩୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏଯାବତ ୫୨ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।  ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୯୧ ଜଣ ପୂର୍ବରୁ କ୍ଵାରେଣ୍ଟୀନ ସେଣ୍ଟରରେ ଥିବା ବେଳେ ୨୩୬ ଜଣ ଲୋକାଲ କଣ୍ଟାକଟରୁ ସଂକ୍ରମିତ ହୋଇଛନ୍ତି ।

ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୧୯୧ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ସେପଟେ ପଜିଟିଭ କେଶ ସହ ସହରରେ ବଢିଚାଲିଛି ସୁସ୍ଥତା ହାର । ଗତ ୨୪ ଘଣ୍ଟା ଭିତରେ ୪୦୧ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଆଜି ପୂର୍ବାହ୍ନ ସମୟରେ ସହରରୁ ୩୭୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୬୧୫ ଜଣ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.