ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ପୁଣି ଲଜ୍ୟା। ଆଦିବାସୀ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଆସିଲା ଅଭିଯୋଗ । ଖୋଦ ଯୁବତୀଙ୍କ ପରିବାର ଲୋକ ଏହି ଅଭିଯୋଗ ଆଣି ନ୍ୟାୟ ପାଇଁ ଛେଣ୍ଡ ଥାନାର ଦ୍ୱାରାସ୍ଥ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ଗୁରୁଣ୍ଡିଆ ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ସନ୍ଧ୍ୟା ସମୟରେ ଦୁଇଟି ବୋଲେରୋ ଯୋଗେ କୌଶଳ କରି ଉଠାଇ ନେଇଥିଲେ। ଉଠାଇ ଆଣିବା ପରେ ରାଉରକେଲା ଛେଣ୍ଡ ଥାନା ଅଞ୍ଚଳରେ ବାରମ୍ବାର ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଖୋଦ୍ ପୀଡିତା।
ଏନେଇ ନିଜେ ପୀଡିତା ଜଣକ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଦୁଷ୍କର୍ମକାରୀ କିଏ ଏପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ପୀଡିତାଙ୍କ ଠାରୁ ଅଧିକ ତଥ୍ୟ ନେଇ ପୋଲିସ ଦୁଷ୍କର୍ମ କାରୀଙ୍କୁ ଖୋଜିବା ଆରମ୍ଭ କରିଛି।