ଖୁସି ରହିବା ଆପଣଙ୍କ ଅଧିକାର, ଆପଣାନ୍ତୁ କିଛି ସରଳ ଉପାୟ

ଏହି କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅତିରିକ୍ତ କାମ ଅଛି ନଚେତ କୌଣସି କାମ ନାହିଁ । କାହା ପାଖରେ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚାପ ମଧ୍ୟ ଅଛି । ତେଣୁ ଏହି ସମୟରେ ମାନସିକ ଚାପରେ ରହିବା ସ୍ୱାଭାବିକ । ଚାପ ଜୀବନକୁ ନଷ୍ଟ କରିଦିଏ ଏଥିରୁ ଦୂରେଇ ରହିବା ଭଲ ଏକଥା ତ ସମସ୍ତେ ଜାଣନ୍ତି କିନ୍ତୁ ଚାପରୁ କିପରି ମୁକ୍ତି ପାଇବା ସେକଥା କେହି ଜାଣନ୍ତି ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସହଜ ପଦକ୍ଷେପ କହୁଛୁ ଯାହାକୁ ଆପଣ ନିଜର ଦିନଚର୍ଯ୍ୟାରେ ସାମିଲ କଲେ ଆପଣ ସର୍ବଦା ଚାପମୁକ୍ତ ଏବଂ ଖୁସିରେ ରହିପାରିବେ ।

10 Tips for a Happy and Healthy Lifestyle

  • ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ ବୁଲିବାକୁ ଯାନ୍ତୁ ଏବଂ ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ ।
  • ସକାଳ ବା ପ୍ରାତଃକାଳ ଏବଂ ଶୋଇବା ସମୟରେ 15 ମିନିଟ୍ ପାଇଁ ଭଗବାନଙ୍କ ଧ୍ୟାନ କରନ୍ତୁ ।
  • ନିଜକୁ ଜାଣନ୍ତୁ ନିଜର ପ୍ରତିଭା, କ୍ଷମତା ଏବଂ ସୀମାକୁ ଚିହ୍ନନ୍ତୁ ।
  • ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ । ନକାରାତ୍ମକ ଚିନ୍ତାଧାରା ଶକ୍ତି ନଷ୍ଟ କରେ ।
  • ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ କାର୍ଯ୍ୟ କରିବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ।
  • ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରନ୍ତୁ ଏବଂ ଏକ ବ୍ୟବସ୍ଥିତ ଦିନଚର୍ଯ୍ୟାରେ ଅଭ୍ୟସ୍ତ ରୁହନ୍ତୁ ।
  • ସର୍ବଦା ବର୍ତ୍ତମାନରେ ରୁହନ୍ତୁ । ଅତୀତ ଏବଂ ଭବିଷ୍ୟତ ବିଷୟରେ ବୃଥା ଚିନ୍ତାରୁ ଦୂରେଇ ରହି ସର୍ବଦା ଖୁସି ରୁହନ୍ତୁ ଏବଂ ହସି ହସି ବଞ୍ଚିବା ଶିଖନ୍ତୁ ।
  • ଏକ ସରଳ ଜୀବନଯାପନ କରନ୍ତୁ । ଜୀବନରେ ଗୁଣବତ୍ତା ଉପରେ ବିଶ୍ୱାସ ରଖନ୍ତୁ ଦେଖାଇହେବା ଠାରୁ ଦୂରେଇ ରୁହନ୍ତୁ ।
  • ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରନ୍ତୁ । ସମୟାନୁବର୍ତ୍ତୀତା ହେବ ସହିତ ସର୍ବଦା ନିଜର ବକ୍ତବ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ । ଧର୍ଯ୍ୟ ଏବଂ ଆତ୍ମ ନିୟନ୍ତ୍ରଣ ରଖନ୍ତୁ ।
  • ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନ ପାଇଁ ସର୍ବୋତ୍ତମ ଧନ । ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠାରୁ ଦୂରେଇ ରୁହନ୍ତୁ । କମ୍ ଏବଂ ପ୍ରକୃତ ବନ୍ଧୁ ବନାନ୍ତୁ ।

Theme) Leaky Breaks (Beaker) And Mindfulness - Lessons - Tes Teach

ଜୀବନରେ ଏହି ଜିନିଷଗୁଡିକୁ ସାମିଲ କରିବାରେ ଟିକିଏ ଅସୁବିଧା ହୋଇପାରେ ସତ କିନ୍ତୁ ବିଶ୍ୱାସ କରନ୍ତୁ କିଛିଦିନ ପରେ ଆପଣ ଅନୁଭବ କରିବେ ଯେ ଆପଣ ଚାପମୁକ୍ତ ଏବଂ ଏକ ସୁଖୀ ଜୀବନ ବିତାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.