Below header

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ନାମରେ ଯୈାନ ଉତ୍ପୀଡନ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌, ଜାଣନ୍ତୁ ପୁରା କାହାଣୀ

ଫ୍ଲୋରିଡା : ଆମେରିକାର ଜଣେ ପୂର୍ବତନ ମଡେଲ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଆଣିଛନ୍ତି ଯୈାନ ଉତ୍ପୀଡନ ଅଭିଯୋଗ । ପ୍ରାୟ ଦୁଇ ଦଶନ୍ଧି ତଳେ ୟୁଏସ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଟ୍ରମ୍ପ୍‌ ଯୈାନ  ଉତ୍ପୀଡନ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଆମେରିକାର ଏହି ମଡେଲ୍‌ ଆମି ଡୋରିସ୍‌ ।

ଗାର୍ଡିଅନ୍‌ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଟ୍ରମ୍ପ୍‌ ତାଙ୍କୁ ନ୍ୟୁଓ୍ଵର୍କରେ ଚାଲିଥିବା ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ଏକ ଭିଆଇପି ବକ୍ସର ବାଥରୁମ୍‌ରେ ଯୈାନ ସମ୍ଭାଷଣ ସହ ଏଥିପାଇଁ ଆମନ୍ତ୍ରଣ କରିଥିଲେ ।

trump

‘ଏହା  ଥିଲା ୧୯୯୭ ମସିହା ସେପ୍ଟେମ୍ବର ୫ ତାରିଖ । ସେତେବେଳେ ମୋତେ ମାତ୍ର ୨୪ ବର୍ଷ ବୟସ ହୋଇଥିଲା । ଟ୍ରମ୍ପ ଜୋର ଜବରଦସ୍ତ ମୋତେ ଜାବୁଡି ଧରି ବେକ ଓ ପାଟିରେ କିସ୍‌ କରିଥିଲେ । ସେ ମୋତେ ଏତେ ଜୋର୍‌ରେ ଧରିଥିଲେ ଯେ ମୁଁ ମୁକୁଳି ପାରିନଥିଲି ବୋଲି କହିଛନ୍ତି ଡୋରିସ୍‌ ।’ ଖାଲି ସେତିକି ନୁହେଁ ଟ୍ରମ୍ପ୍‌ ମୋତେ ଜାବୁଡି ଧରି ମୋର ଶରୀରର ସବୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗରେ ହାତ ବୁଲାଇଥିଲେ ।

ମୁଁ ତାଙ୍କ ଜିଭକୁ କାମୁଡି ଦେଇ କୈାଣସି ପ୍ରକାରେ ମୁକୁଳିବାକୁ ଚେଷ୍ଟା କରିଥିଲି । ତେବେ ଟ୍ରମ୍ପ ତାଙ୍କର ଓକିଲ ଜରିଆରେ ମୋର ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ।   ଡୋରିସ୍‌ ଏ ଘଟଣାର ସତ୍ୟତା କହିବାକୁ ଯାଇ ସେ ସମୟରେ ୟୂଏସ୍‌ ଓପନସ୍‌ରେ ଯୋଗ ଦେଇଥିବାର ଟିକେଟ ଓ କିଛି ଫଟୋ ଦେଖାଇଥିଲେ । ଟ୍ରମ୍ପଙ୍କୁ ସେତେବେଳେ ୫୧ ବର୍ଷ ବୟସ ହୋଇଥିବା ବେଳେ ସେ ମାର୍ଲା ମାପ୍‌ଲସଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

trump-115

ଡୋରିସ୍‌ଙ୍କୁ ଏବେ ୪୮ ବର୍ଷ ବୟସ । ତାଙ୍କର ଯାଆଁଳା ଝିଅ ଅଛନ୍ତି । ମୋର ଝିଅ ଏବେ ୧୩ ବର୍ଷ ବୟସରେ ପହଞ୍ଚିଥବାରୁ ଏବେ ଏହି କଥା ତାଙ୍କୁ କିଛି ଶିକ୍ଷା ଦେବ । ସେ ନିଜକୁ ଏଭଳି ଘଟଣାରୁ ସଜାଗ କରିପାରିବେ ବୋଲି କହିଛନ୍ତି ଡୋରିସ୍‌ ।

ସେଦିନର କଥାକୁ ମନେ ପକାଇ ଡୋରିସ୍‌ ଆହୁରି କହିଛନ୍ତି ଯେ ’ମୋ ବୟ ଫ୍ରେଣ୍ଡ୍‌ଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଥିବାରୁ ମୁଁ ସେତେବେଳେ ତାଙ୍କ ସହ ଭେଟ ହୋଇଥିଲି । ଏବଂ ମୋ ବୟଫ୍ରେଣ୍ଡଙ୍କ ସହ  ମିଶି ତାଙ୍କ ସହିତ ଖେଳ ଦେଖିବାକୁ ଯାଇଥିଲି ।

ମୁଁ ଯେତେବେଳେ ବାଥ୍‌ରୁମ୍‌ ଆସିଥିଲି ଟ୍ରମ୍ପ ମଧ୍ୟ ମୋ ପଛେ ପଛେ ବାଥ୍‌ରୁମ୍‌ ଆସିଥିଲେ । ମୁଁ ବାଥ୍‌ରୁମ୍‌ରୁ ବାହାରିବା ସମୟରେ ସେ ଜୋର୍‌ ଜବରଦସ୍ତ ମୋତେ ଟାଣି ନେଇଥିଲେ । ମୁଁ ଯେତେ ମନା କରିଥିଲେ ବି ସେ ମାନି ନଥିଲେ ।’

trump-116

ସେତେବେଳେ ଏହି କଥା ମୁଁ ମୋର ବୟଫ୍ରେଣ୍ଡଙ୍କୁ କହି ପାରିନଥିଲି ବୋଲି ଡୋରିସ୍‌ କହିଛନ୍ତି । ଆଗକୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଥିବାରୁ  ଟ୍ରମ୍ପଙ୍କ ପାଇଁ ଏହି ଘଟଣା ଭାରି ପଡ଼ିପାରେ ।

ପ୍ରକାଶଯୋଗ୍ୟ ଯେ ଟ୍ରମ୍ପଙ୍କ ନାମରେ ମଧ୍ୟ ପୂର୍ବରୁ ଏମିତି ବହୁ ଅନୈତିକ ସମ୍ପର୍କକୁ ନେଇ ଅଭିଯୋଗ ଉଠିଥିଲା । କିଛି ମହିଳା ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ଅନୈତିକ କାର୍ଯ୍ୟ ନେଇ ସାଧାରଣରେ ପ୍ରକାଶ କରିଥିଲେ । ହେଲେ ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କୁ ବଦନାମ କରାଯାଉଛି ବୋଲି କହି ଅଭିଯୋଗକୁ ପ୍ରତ୍ୟାକ୍ଷାନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.