ଅସୁରକ୍ଷିତ ଜାତୀୟ ପଶୁ, ନୂଆପଡା ଟିପାଝର ଗାଁରେ ବନ ବିଭାଗ ଚଢ଼ାଉ କରି ଜବତ କଲା ବାଘର କଟା ମୁଣ୍ଡ ଓ ଛାଲ

ନୂଆପଡା(କେନ୍ୟୁଜ୍):  ନୂଆପଡା ଜିଲ୍ଲା ଟିପାଝର ଗାଁରେ ବନ ବିଭାଗର ଚଢ଼ାଉ । ଜଣେ ବ୍ୟକ୍ତିଙ୍କ ଘରୁ ବାଘର କଟା ମୁଣ୍ଡ ଓ କଲରାପତରିଆ ବାଘର ଛାଲ ସମେତ ବାରହା ମାଂସ, ବଜ୍ରକପ୍ତାର କାତୀ ବନ ବିଭାଗ ଜବତ କରିଛି । ଏଥିସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଏଥିରେ ତିନି ଜଣଙ୍କୁ ଅଟକ ରଖି ବନ ବିଭାଗ ଘଟଣାର ତଦନ୍ତ ଜାରି ରଖିଛି ।

ବିଶେଷ ସୂତ୍ରରୁ ଖବର ପାଇ ଏସିଏଫ ଜୟରାମ ଶବର, ରେଞ୍ଜର ନୂଆପଡା ବନିତା ଭୋଇ, ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ, ନୂଆପଡା ଫରେଷ୍ଟର ଗୋପାଳ ମହାନନ୍ଦ ସହ ଦୁଇ ଗୋଟି ବନ ବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ  ଚଢାଉ ବେଳେ ଗୋଟିଏ ବାଘ ଛାଲ, ବାଘ କଟା ମୁଣ୍ଡ ଏବଂ ୧୦କେଜି ବାରହା ମାଂସ ଜବତ କରାଯାଇଛି ।

nuapada2

ସେହିପରି ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଧାରୁଆ ଅସ୍ତ୍ର, ବନ୍ୟ ପ୍ରାଣୀ ଧରିବା ପାଇଁ ବିଭିନ୍ନ  ଫନ୍ଦା ମଧ୍ୟ ଜବତ କରିଛନ୍ତି ।

Leave A Reply

Your email address will not be published.