Vodafone-Idea ର 5 ଶସ୍ତା ଏବଂ ବଢ଼ିଆ ପ୍ଲାନ, ଫ୍ରି ଅନଲିମିଟେଡ କଲିଂ ସହିତ ମିଳିବ ୧ ବର୍ଷର ସବସ୍କ୍ରିପସନ୍‌

ଦୂରସଞ୍ଚାର ସେବା ଦେଉଥିବା କମ୍ପାନୀ ଭୋଡାଫୋନ ଆଇଡିଆ  (Vodafone Idea) ଲିମିଟେଡ୍‌ ନିଜ ଗ୍ରାହକଙ୍କ ପାଇଁ ବହୁତ ବଢ଼ିଆ ଖବର ଆଣିଛି। କମ୍ପାନୀ ଘୋଷଣା କରିଛି ଯେ ଏବେ ଏହାର ତାଙ୍କ ପ୍ରିପେଡ୍‌ ଗ୍ରାହକଙ୍କୁ କିଛି ନିର୍ନ୍ଧିଷ୍ଟ ପ୍ଳାନରେ ଗୋଟେ ବର୍ଷ ପାଇଁ Zee5ର ଫ୍ରି ସବସ୍କ୍ରିପସନ୍‌ ଦିଆଯିବ। କମ୍ପାନୀ ନିଜ ବୟାନରେ ଜଣାଇଛି ଯେ ଏହି ସୁବିଧା ୩୫୫ ଟଙ୍କା, ୪୦୫ ଟଙ୍କା, ୫୯୫ ଟଙ୍କା, ୭୯୫ ଟଙ୍କା ଏବଂ ୨,୫୯୫ ଟଙ୍କା ପ୍ଲାନରେ ମିଳିବ।

ସବୁଠାରୁ ଖାସ୍‌ କଥା ହେଉଛି ଏହି ପ୍ଲାନ ସହିତ ଫ୍ରି କଲିଙ୍ଗର ଲାଭ ଏବଂ ବଢ଼ିଆ ଇଣ୍ଟରନେଟ୍‌ ଡାଟା ମଧ୍ୟ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ପ୍ଲାନରେ ମିଳୁଥିବା ବେନିଫିଟ୍ସ ବିଷୟରେ।

ଆମେ ଯଦି କହିବା କମ୍ପାନୀର ୪୦୫ ଟଙ୍କିଆ ପ୍ଲାନ ବିଷୟରେ ତାହେଲେ ଗ୍ରାହକଙ୍କୁ ଏଥିରେ ଅନଲିମିଟେଡ କଲିଙ୍ଗର ଫାଇଦା ଦିଆଯାଉଛି। ଏହି ପ୍ଲାନରେ ଗ୍ରାହକଙ୍କୁ ୯୦ ଜିବି ଡାଟା ମିଳିଥାଏ। ସେହିପରି ପ୍ଲାନର ବୈଧତା ୨୮ ଦିନର ଅଟେ। ପ୍ଲାନରେ ୧ ବର୍ଷ ପାଇଁ Zee5 ସବସ୍କି୍ରପସନ ଫ୍ରିରେ ଦିଆଯାଉଛି।

vodafone ideaସେହିପରି ୫୯୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍‌ କଲିଙ୍ଗର ଲାଭ ମିଳିବ। ଏହି ପ୍ଲାନର ବୈଧତା ୫୬ ଦିନର ଅଟେ ଏବଂ ଗ୍ରାହକଙ୍କୁ ଏଥିରେ ୨ ଜିବି ଡାଟା ଦିଆଯାଇଛି।

୭୯୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ ମାଗଣା କଲିଙ୍ଗ ଏବଂ ଭଲ ଡାଟା ପ୍ଲାନ ବି ରହିଛି। କମ୍ପାନୀର ଏହି ପ୍ଲାନ ୮୪ ଦିନର ଭ୍ୟାଲିଡିଟୀ ସହିତ ଆସୁଛି। ଏହାସହିତ ଏଥିରେ ପ୍ରତିଦିନ ୨ ଜିବି ଡାଟାର ବ୍ୟବହାର କରିବାର ମଉକା ଦିଆଯାଉଛି।

୧ ବର୍ଷର ଭ୍ୟାଲିଡିଟୀ ବାଲା ପ୍ଲାନ

ପରିଶେଷରେ ଯଦି କହିବା କମ୍ପାନୀ ୨୫୯୫ ଟଙ୍କା ବାଲା ପ୍ଲାନ ବିଷୟରେ ତାହେଲେ ଅନଲିମିଟେଡ୍‌ କଲିଙ୍ଗ ବେନିଫିଟ ସହିତ ୩୬୫ ଦିନର ଭ୍ୟାଲିଡିଟୀ ମିଳିବ। ଏଥିସହିତ ଏଥିରେ ଗ୍ରାହକଙ୍କୁ ପ୍ରତି ଦିନ ୨ ଜିବି ଡାଟା ମିଳିବ। ଏହି ପୂରା ପ୍ଲାନର ବୈଧତା ଗୋଟେ ବର୍ଷ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.