ପାୟଲ ଘୋଷଙ୍କ ଯୌନ ଶୋଷଣ ଅଭିଯୋଗରେ ଜବାବ ରଖିଲେ ଅନୁରାଗ କଶ୍ୟପ, କହିଲେ-‘ଅଭିଯୋଗ ଭିତ୍ତିହୀନ’

ବଲିଉଡ୍‌ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ଡାଇରେକ୍ଟର ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି। ଏନେଇ ଶନିବାର ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ମଧ୍ୟ ନିଜ ପକ୍ଷ ରଖିଛନ୍ତି। ଅନୁରାଗ ବିଳମ୍ବିତ ରାତିରେ ଏହି ମାମଲାରେ ଏକାଧିକ ଟ୍ଵିଟ୍‌ କରିଛନ୍ତି।

ଅନୁରାଗ ନିଜ ଟ୍ଵିଟ୍‌ରେ ଲେଖିଛନ୍ତି ‘ମୋତେ ଚୁପ୍‌ କରିବାକୁ ଏତେ ସମୟ ନେଲ। ଛାଡ଼ କିଛି କଥା ନାହିଁ। ମୋତେ ଚୁପ୍‌ କରିବାକୁ ଏତେ ମିଛ କୁହାଗଲା ଯେ ନିଜେ ମହିଳା ହୋଇଥିଲେ ବି ଅନ୍ୟ ମହିଳାଙ୍କୁ ବି ଛାଡ଼ିଲେନି। ଟିକେ ତ ମର୍ଯ୍ୟାଦା ରଖନ୍ତୁ ମ୍ୟାଡାମ୍‌। କେବଳ ଏତିକି କହିବି ଯାହା ବି ଅଭିଯୋଗ ଲାଗିଛି ସବୁ ଭିତ୍ତିହୀନ’।

ଅନୁରାଗ କହିଛନ୍ତି ମୋ ପ୍ରଥମ ପତ୍ନୀ ହୁଅନ୍ତୁ କି ଦ୍ୱିତୀୟ କିମ୍ବା ମୋ ପ୍ରେମିକା ହୁଅନ୍ତୁ କି ଯେଉଁ ସବୁ ଅଭିନେତ୍ରୀଙ୍କ ସହ ମୁଁ କାମ କରିଛି ହୁଅନ୍ତୁ କି ଯେଉଁ ମହିଳା ଟିମ୍‌ ମୋ ସହ କାମ କରୁଛି କି ଯାହା ସହ ମୁଁ ଦେଖାହୋଇଛି ଲୋକଙ୍କ ସାମ୍ନାରେ ହେଉ କି ଏକୁଟିଆରେ, ଏଭଳି ବ୍ୟବହାର ମୁଁ କେବେ ବି କାହା ସହ କରେନି କି ଆଉ କାହାର ବରଦାସ୍ତ ବି କରେନି। ବାକି ଯାହା ହେବ ଦେଖାଯିବ। ଆପଣଙ୍କ ଭିଡିଓଟି କେତେ ସତ କେତେ ମିଛ ତାହା ଜଣାପଡ଼ୁଛି। ବାକି ଆପଣଙ୍କୁ ଆଶୀର୍ବାଦ ଓ ଭଲ ପାଇବା। ଆପଣଙ୍କ ଇଂରାଜୀର ଉତ୍ତର ହିନ୍ଦୀରେ ଦେବା ପାଇଁ କ୍ଷମା ଚାହୁଁଛି।


ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ପାୟଲ ଘୋଷ ଟ୍ଵିଟ୍‌ କରି ଲେଖିଥିଲେ ଅନୁରାଗ କଶ୍ୟପ ମୋ ଉପରେ ବହୁତ ଚାପ ପକାଇଛନ୍ତି। ନରେନ୍ଦ୍ର ମୋଦି ପ୍ଲିଜ୍‌ ଆକ୍ସନ୍‌ ନିଅନ୍ତୁ ଓ ଏହି କ୍ରିଏଟିଭ୍‌ ଲୋକ ପଛର ରାକ୍ଷସକୁ ସାରା ଦେଶ ସାମ୍ନାକୁ ଆଣନ୍ତୁ। ମୁଁ ଜାଣିଛି ମୋର କ୍ଷତି ହୋଇପାରେ। ମୋ ସୁରକ୍ଷା ବିପଦରେ। ଦୟାକରି ସାହାଯ୍ୟ କରନ୍ତୁ। ପାୟଲଙ୍କ ଟ୍ଵିଟ୍‌ ପରେ ଅନେକ ଲୋକ ରିପ୍ଲାଏ କରିଛନ୍ତି। କଙ୍ଗନା ବି ରିଆକ୍ସନ୍‌ ଦେଇ ଲେଖିଛନ୍ତି ତୁରନ୍ତ କଶ୍ୟପଙ୍କୁ ଗିରଫ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.