Below header

ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଗଲେ କୁଆଡ଼େ? ଏବେ କେଉଁ ଅବସ୍ଥାରେ ଅଛନ୍ତି ସେ, ଜାଣନ୍ତୁ

କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ସାଜିଥିଲେ ରାନୁ ମଣ୍ଡଳ। ଏହି ଗୀତ ଗାଇ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଷ୍ଟେସନ୍‌ରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କୁ ବଲିଉଡ୍‌ରେ ମିଳିଥିଲା ବିଗ୍‌ ବ୍ରେକ୍‌। ହିମେଶ ରେସମିଆଁଙ୍କ ଫିଲ୍ମରେ ‘ତେରି ମେରି କାହାଣୀ’ ଗୀତ ଗାଇବାକୁ ରାନୁଙ୍କୁ ମିଳିଲା ସୁଯୋଗ। ଦିନେ ମୁଣ୍ଡ ଉପରେ ଛାତ ନଥିବା ରାନୁଙ୍କୁ ଚାରିଆଡୁ ଛୁଟିଲା ଶୁଭେଚ୍ଛାର ସୁଅ। ଲୋକମାନେ ତାଙ୍କ ସହ ଫଟୋ ଉଠାଇବାକୁ ଭିଡ଼ ଜମାଇଲେ। କିନ୍ତୁ ହଠାତ୍‌ ଥମିଗଲା ସବୁକିଛି। ରାତାରାତି ଷ୍ଟାର ପାଲଟିଥିବା ରାନୁଙ୍କୁ ସମସ୍ତେ ଭୁଲିଗଲେ।

ବର୍ଷେ ତଳେ ଷ୍ଟାର ପାଲଟିଥିବା ରାନୁ ଏବେ କେଉଁଠି କେଉଁ ଅବସ୍ଥାରେ ଅଛନ୍ତି ସେ ବିଷୟରେ କେହି ଜାଣନ୍ତି ନାହିଁ। ଆଉ ମିଡିଆ ବି ଖୋଜୁନାହିଁ ରାନୁଙ୍କୁ। ତେବେ ଚର୍ଚ୍ଚାକୁ ଆସିବା ପରେ ରାନୁଙ୍କ ହାବଭାବ ବଦଳିଯାଇଥିବାରୁ ଲୋକମାନେ ଆଉ ତାଙ୍କୁ ପସନ୍ଦ କଲେ ନାହିଁ। ଫଳରେ ରାସ୍ତା କଡ଼ରୁ ଆସି ଷ୍ଟାର ହୋଇଥିବା ରାନୁ ପୁଣିଥରେ ରାସ୍ତା କଡ଼କୁ ଫେରିଯାଇଛନ୍ତି। ନିଜ ବ୍ୟବହାର ହିଁ ରାନୁଙ୍କ ପାଇଁ କାଳ ହେଲା।


ଚର୍ଚ୍ଚାକୁ ଆସିବା ପରେ ରାନୁ ଫ୍ୟାନ୍‌ମାନଙ୍କୁ ମନଇଚ୍ଛା ବ୍ୟବହାର କରୁଥିଲେ। ଥରେ ଜଣେ ଫ୍ୟାନ୍‌ ଫଟୋ ଉଠାଇବାକୁ ଅନୁରୋଧ କରିବାରୁ ରାନୁ ତାଙ୍କ ହାତ ଛାଟି ଦେଇ ଇଂରାଜୀରେ ଗାଳି ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲ।ା ଆଉ ତାହା ହିଁ ରାନୁଙ୍କ ପାଇଁ ଅଭିଶାପ ପାଲଟିଥିଲା। ଏହା ପରେ ଲୋକେ ରାନୁଙ୍କୁ ବୟକଟ୍‌ କରିବା ଆରମ୍ଭ କରିଦେଲେ। ଫଳରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ରାତାରାତି ଇଣ୍ଡଷ୍ଟ୍ରୀରୁ କୁଆଡ଼େ ହଜିଗଲେ।

ତେବେ କୁହାଯାଉଛି ଯେ ରାନୁ ଏବେ ନିଜ ପରିବାର ସହ କଲିକତାର ରାଣାଘାଟରେ ରହୁଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ ଆଉ କାମ ମିଳୁନାହିଁ। ତେବେ ମିଡିଆ ରିପୋର୍ଟ ମୁତାବକ ରାନୁ ମଣ୍ଡଳ ଏବେ ନିଜ ବାୟୋପିକ୍‌ରେ କାମ କରୁଛନ୍ତି। କିନ୍ତୁ ଏନେଇ ନିଜେ ରାନୁ ମୁହଁ ଖୋଲି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.