IPL 2020: ଏଥର ମ୍ୟାଚ ପୂର୍ବରୁ ଅଲଗା ମୁଡରେ ଅଛନ୍ତି କ୍ରିସ ଗେଲ, ଜାରି କଲେ ‘ହଟ ମ୍ୟୁଜିକ ଆଲବମ’, ଦେଖନ୍ତୁ Video

କ୍ରିସ ଗେଲ ଆଇପିଏଲରେ ପୁଣିଥରେ ଧମାଲ ମଚେଇବାକୁ ପ୍ରସ୍ତୁତ ଅଛନ୍ତି। ସେ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ଖେଳିବେ। ଏଥର କିନ୍ତୁ ସେ ଟିକେ ଅଲଗା ମୁଡରେ ନଜର ଆସୁଛନ୍ତି। ପ୍ରକୃତ କଥା, କ୍ରିସ ଗେଲ ଆଇପିଏଲରେ ପଞ୍ଜାବ ମ୍ୟାଚର ଠିକ ଗୋଟିଏ ଦିନ ପୂର୍ବରୁ ଏକ ମ୍ୟୁଜିକ ଭିଡ଼ିଓ ଲଞ୍ଚ କରିଛନ୍ତି। ସେ ଏହି ମ୍ୟୁଜିକ ଭିଡିଓକୁ ବ୍ରିଟିଶ-ଇଣ୍ଡିଆନ ସିଙ୍ଗର ଅବିନା ଶାହଙ୍କ ସହ ମିଶି ପ୍ରସ୍ତୁତ କରିଛନ୍ତି।

bf

ଏହାକୁ ଆପଣ ଥରେ ଦେଖିଲେ ଡ୍ୟାନ୍ସ କରିବା ପାଇଁ ନିଜକୁ ରୋକି ପାରିବେନି। ଏ ନେଇ ଗେଲ କହିଛନ୍ତି, ‘ଏହି ମ୍ୟୁଜିକ ଭିଡ଼ିଓରେ ଜ୍ୟାମକନ ଫ୍ଲେଭର ସହିତ ଇଣ୍ଡିଆନ ଏବଂ ୱେଷ୍ଟର୍ନ ବିଟସ ମଧ୍ୟ ଅଛି। ଗ୍ରୁଭ ନାମକ ଏହି ମ୍ୟୁଜିକ ଭିଡ଼ିଓକୁ ଲକଡାଉନ ସମୟରେ ଅଲଗା ଅଲଗା ଦେଶରେ ସୁଟ କରାଯାଇଛି। ତେବେ ଆଇପିଏଲ ପ୍ରସ୍ତୁତିର ଦୁଇ ଦିନ ପୂର୍ବରୁ କିଙ୍ଗସ ଇଲେଭେନ ପଞ୍ଜାବ ଗେଲଙ୍କ ଏକ ଫଟୋ ପୋଷ୍ଟ କରିଥିଲା, ଯେଉଁଥିରେ ସେ ମସାଜ କରୁଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.