ମାଲକାନଗିରି: ବାପା ମା ଅଲୋଡ଼ା କରିଦେଇଥିବା ଦୁଇ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଟେସନ୍

କେନ୍ୟୁଜ୍(ବ୍ୟୁରୋ):  ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା। ସମ୍ପର୍କର ଚରମ ସୀମାରେ ପହଁଚିଲା ସ୍ବାର୍ଥପରତା। ବାପା ମା ଅଲଗା ଅଲଗା ହୋଇ ଅନ୍ଯତ୍ର ବିବାହ କଲେ ଆଉ ମଝିରେ ବଳି ପଡିଲା  ୯ ବର୍ଷ ର ଛୁଆ ବାସୁଦେବ। ନିଷ୍ଠୁର ବାପା ମା ଅନ୍ଯତ୍ର ପୁଅକୁ ବିକ୍ରି କରି ବିବାହ କାଲେ ହେଲେ ଏବେ ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଛି ବାସୁଦେବ। ସେହିଭଳି  ଜଗନ୍ନାଥ ମଧ୍ୟ ବାପା ମା ଥାଇ ଅନାଥ ହୋଇଯାଇଛି ଏହି ଦୁଇ କୁନି ନାବାଳକ । ଏବେ ସହାରା ପାଲଟିଛନ୍ତି ଅଙ୍ଗନବାଡ଼ି କର୍ମୀ।

ଗଣମାଧ୍ୟମ ପ୍ରସାର ପରେ ଚାଇଲଡ଼ ଲାଇନ ଦୁଇ ଶିଶୁଙ୍କୁ  ଉଦ୍ଧାର କରିଛି। ତେବେ ଏହି ଘଟଣା ଜାଣିବା ପରେ ଦୁଇ ଭାଇଙ୍କୁ ଆଜି କିସ ଫାଉଣ୍ଡେସନ ପକ୍ଷରୁ ୨୦୦୦ ଟଙ୍କା ଦେବାସହ  ଲକଡାଉନ ଶେଷ ପର୍ଯ୍ଯନ୍ତ  ପ୍ରତ୍ୟେକ ମାସରେ ୨ ହଜାର ଟଙ୍କା ଦେବାପାଇଁ କିସ ଫାଉଣ୍ଡେସନ ପ୍ରତିଶୃତି ଦେଇଛି।  ପାଠ ପଢିବା ପାଇଁ  ସମସ୍ତ ଦାୟିତ୍ୱ ନେଇଛି କିସ ଫାଉଣ୍ଡେସନ। ଆଜି କିସ ଏବଂ କିଟ୍ ପ୍ରତିଷ୍ଠାତା ଡ଼ଃ ଅଚ୍ଯୁତ ସାମନ୍ତ ତେଲେଗାବେଡା ଗ୍ରାମର ବାସୁଦେବ ଭମିଆ ଏବଂ ଜଗନ୍ନାଥ ଭୂମିଆଙ୍କ ଅସହାୟ ସମ୍ପର୍କରେ ଜାଣିବା ପରେ ଅତ୍ୟନ୍ତ ମର୍ମାହତ ହୋଇଥିଲେ।ଏଭଳି କ୍ଷେତ୍ରରେ ଜଣେ ଅଙ୍ଗନବାଡ଼ି କର୍ମୀ ହୋଇ ଯେଉଁ ମହାନତା ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଜୟନ୍ତୀ ଖଡାଙ୍କୁ ଅଶେଷ ଧନ୍ଯବାଦ ଦେଇଛନ୍ତି ଡ଼ଃ ସାମନ୍ତ। ଡ଼ଃ ସାମନ୍ତ କିସ ଏବଂ କିଟ୍ ଜରିଆରେ ସର୍ବଦା ଗରିବ ପିଲାଙ୍କୁ ସାହାଯ୍ଯ କରିଆସୁଛନ୍ତି। ତେଣୁ ଏହି ଦୁଇ ପିଲାଙ୍କୁ କିଟ୍ ଓ କିସ ପକ୍ଷରୁ ପାଠ ପଢ଼ା ପାଇଁ ସବୁ ଦାୟିତ୍ୱ ନିଆଯିବ ବୋଲି ଡ଼ଃ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି।

ଲକଡ଼ାଉନ ପର୍ଯ୍ଯନ୍ତ ପିଲାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା ଦିଆଯିବ। ଡ଼ଃ ଅଚ୍ଯୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଆଜି କିସ୍ ଜିଲ୍ଲା ସଂଯୋଜକ ରମ୍ଯ ରଞ୍ଜନ ପରିଡା ଏବଂ କଳିଙ୍ଗ ଟିଭି ପ୍ରତିନିଧି ପ୍ରସାଦ ନାୟକଙ୍କ ଉପସ୍ଥିତିରେ ୨ ହଜାର ଟଙ୍କା ଦିଆଯାଇଛି। ଏଥିପାଇଁ ପିଲାଙ୍କୁ ଉଦ୍ଧାର କରିଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଚାଇଲଡ଼ ଲାଇନ କର୍ମୀ ଡ଼ଃ ସାମନ୍ତଙ୍କ ଏଭଳି ପଦକ୍ଷେପ ପାଇଁ ଭୁୟସୀ ପ୍ରଶଂସା କରିବା ସହ ଅଶେଷ ଧନ୍ଯବାଦ ଜଣାଇଛନ୍ତି।

Leave A Reply

Your email address will not be published.