ବଲିଉଡର ଜଣାଶୁଣା ଗାୟକ କୁମାର ସାନୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜ ପରିବାରକୁ ଦେଖା କରିବା ପାଇଁ ଲସ ଏଞ୍ଜିଲସ ଯିବାର ଥିଲା। କିନ୍ତୁ ଏବେ ସେ ନିଜ ଯାତ୍ରାକୁ ରଦ୍ଦ କରିଦେଇଛନ୍ତି। ତାଙ୍କଠାରେ କୋଭିଡର କୌଣସି ଲକ୍ଷଣ ନାହିଁ। କିନ୍ତୁ ଗତ କିଛିଦିନରୁ ତାଙ୍କୁ ହାଲୁକା ଜ୍ୱର ହୋଇଥିଲା ଏବଂ ସେ ଦୁର୍ବଳ ଅନୁଭବ କରୁଥିଲେ। ଏବେ କୁମାର ସାନୁ ନିଜ ଘରେ ସମସ୍ତ କୋଭିଡ ନିୟମ ମାନି ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।
ଲକଡାଉନରେ କୁମାର ସାନୁ ନିଜ ପରିବାରକୁ ବହୁତ ମିସ କରୁଥିଲେ। ପାଖାପାଖି ୯ ମାସର ବ୍ୟବଧାନ ପରେ ସେ ଲସ ଏଞ୍ଜିଲସରେ ରହୁଥିବା ସ୍ତ୍ରୀ ସଲୋନୀ ଏବଂ ଦୁଇ ଝିଅଙ୍କୁ ଦେଖା କରିବା ପାଇଁ ଯାଇଥାନ୍ତେ। ଏପରିକି, ସେ ପ୍ଲାନ କରିଥିଲେ କି ୨୦ ଅକ୍ଟୋବରରେ ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ସହ ମିଶି ନିଜ ଜନ୍ମଦିନ ପାଳିବେ। କିନ୍ତୁ କରୋନା ରିପୋର୍ଟ ଆସିବା ପରେ ସବୁ କିଛି ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଟାଳି ଦିଆଯାଇଛି। ତାଙ୍କ ସ୍ତ୍ରୀ କହିଛନ୍ତି, ଯଦି ସେ ସୁସ୍ଥ ଅନୁଭବ କରିବେ, ତେବେ ୮ ନଭେମ୍ବରରେ ଆମେରିକା ଆସିବେ। କହି ରଖୁଛୁ, କୁମାର ସାନୁଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ଆମେରିକାର ଲସ ଏଞ୍ଜେଲସରେ ରହୁଛନ୍ତି।