ବେଗୁନିଆ ପୋଲିସ ସହ ତହସିଲଦାରଙ୍କ ପକ୍ଷରୁ ବିଭିନ୍ନ ମାଙ୍କେଡା ପଥର ଖଣି ଉପରେ ଚଢାଉ: ଛଅଟି ମିନି ଟ୍ରକ ସହ ବିପୁଳ ପରିମାଣର ପଥର ଜବତ, ୧୦ ଅଟକ

ବେଗୁନିଆ: ଆଜି ସକାଳୁ ସକାଳୁ ବେଗୁନିଆ ପୋଲିସ ସହ ତହସିଲଦାରଙ୍କ ପକ୍ଷରୁ ବିଭିନ୍ନ ମାଙ୍କେଡା ପଥର ଖଣି ଗୁଡିକରେ ଚଢାଉ। ଚୋରାରେ ଖଣିରୁ ମାଙ୍କେଡା ପଥର ଚାଲାଣ ହେଉଥିବା ବେଳେ ଏହି ଚଢାଉ କରାଯାଇଥିଲା ।

ଚଢାଉ ସମୟରେ ଛଅଟି ମିନି ଟ୍ରକ ସହ ବିପୁଳ ପରିମାଣର ମାଙ୍କେଡା ପଥର ଜବତ କରିଛି। ଏଥି ସହିତ ପ୍ରାୟ ଦଶ ଜଣ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ପଚାରାଉଚରା କରୁଛି ବେଗୁନିଆ ପୋଲିସ।

Leave A Reply

Your email address will not be published.